ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ ବିନା ପାଉଣା ରେ ଫାଇଲ ଗୁଞ୍ଚୁ ନାହିଁ…..!

add-all


ଏନେଇ ବିଭାଗୀୟ କମିଶନର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପ୍ରସ୍ତୁତି…!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଲୋକଙ୍କ ସୁବିଧା ପାଇଁ ଦ୍ୱିତୀୟ ପରିବହନ କାର୍ଯ୍ୟାଳୟ ଭାବେ ଭଞ୍ଜନଗର ଠାରେ ସ୍ଥାପିତ କରାଯାଇଛି। ବଡ଼ ବାବୁଙ୍କ ଇସାରାରେ ଦଲାଲ ଓ କିଛି କର୍ମଚାରୀ ମାନଙ୍କ ସହାୟତା ରେ ସାଧାରଣ କାର୍ଯ୍ୟ ପାଇଁ ମଧ୍ୟ ଅର୍ଥ ଦାବୀ କରାଯାଉ ଥିବା ଅଭିଯୋଗ ହେଉଛି। ପ୍ରକାଶ ଥାଉକି ଆସିକା ଅଞ୍ଚଳର ଏକ ବସର ଅଫ ରୁଟ ରିଲିଜ ପାଇଁ ଦାବୀ ମୁତାବକ ଅର୍ଥ ନଦେବାରୁ ଅଫ ରୁଟ ରିଲଜ ହୋଇ ପାରିଲା ନାହିଁ। ଏନେଇ ଉକ୍ତ ଗାଡିର ମାଲିକ ଘଟଣା ସମ୍ପର୍କ ରେ କମିଶନର ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଗଞ୍ଜାମ ଜିଲ୍ଲାର ଆସିକା, ଧରାକୋଟ, ସୋରଡ଼ା ଆଦି ଅଞ୍ଚଳରୁ ଚୋରା ବାଲି ଓଭର ଲୋର୍ଡ ହୋଇ ଯାଉଥିଲେ ବି କୌଣସି ଗାଡିକୁ ଧରପଗଡ କରାଯାଉନାହିଁ। ଭଞ୍ଜନଗର ପରିବହନ କାର୍ଯ୍ୟାଳୟ ପକ୍ଷରୁ ବାଲି ଗାଡ଼ି ଗୁଡିକୁ ସମ୍ପୂର୍ଣ୍ଣ ଛୁଟ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଜିଲ୍ଲାରେ ବିଭାଗୀୟ ମନ୍ତ୍ରୀ ଥାଇବି ଏଭଳି ବେଆଇନ ବଟି ଆଦାୟ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦୁର୍ନୀତି ରେ ଉବୁଟୁବୁ କହିଲେ କିଛିବି ଭୁଲ ହେବ ନାହିଁ ଏଥିପ୍ରତି ରାଜ୍ୟ ବିଭାଗୀୟ କମିଶନର ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.