ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ପରେ ନୂଆ ବିଲେଇ ବେକରେ ଘଣ୍ଟି ବାନ୍ଧିବା ପାଇଁ ଖସଡ଼ା ପ୍ରସ୍ତୁତ….!

youtube


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା କେନ୍ଦୁପଦର ବେଆଇନ ବାଲି ଘାଟରୁ ଗାଡ଼ି ଜବତ କରି ଛାଡିବା ପରେ ଜୁନିଅର ମାଇନିଙ୍ଗ ଅଫିସର ନିଲମ୍ବିତ ହୋଇଥିଲେ। ସାନ ବାବୁ ନିଲମ୍ବିତ ହେବା ପରେ ବାଲି ମାଫିଆ ମାନଙ୍କ ପାଦ ତଳୁ ମାଟି ଖସିଯାଇଛି।ବର୍ତ୍ତମାନ ନୂଆ ବାବୁ ଆସିବା ସମୟ କୁ ଅପେକ୍ଷା କରିଛନ୍ତି ବାଲି ମାଫିଆ। ବିଲେଇ ବେକରେ ଘଣ୍ଟି କିଏ ବାନ୍ଧିବ ବେପାର ସୁରୁଖୁରୁରେ କିପରି ଚାଲିବ ସେଥିପାଇଁ ଏକ ଗୁପ୍ତ ବୈଠକ ହୋଇଥିବା ସୂଚନା ମିଳିଛି। ସାନ ମାଛ ଜାଲରେ ପଡିବା ପରେ ବି କେନ୍ଦୁପଦର ଘାଟ ଏବେ ବି ଚାଲିଛି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନଦେବା କୁ ନେଇ ଦୁର୍ନୀତି ର ଗନ୍ଧ ଏବେ ଖେଳୁଛି l ବଡ଼ ମାଛ ର ସାହସ ହେଉନି ଏହି ବେଆଇନ ଘାଟ ଉପରେ ଚଢ଼ାଉ ପାଇଁ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଗତ ଶୁକ୍ରବାର ଦିନ ସାନ ବାବୁଙ୍କ ବେଳା ଠିକ ନଥିଲା ସବୁବେଳେ ଗାଡ଼ି ଧରିବା ଛାଡିବା ନିତିଦିନିଆ ଘଟଣା ହୋଇଥିଲେ ବି ସେଦିନ ଗାଡ଼ି ଜବତ ପରେ ଛାଡିବା ସାନ ବାବୁଙ୍କୁ ମହଙ୍ଗା ପଡ଼ିଲା। ନିଲମ୍ବିତ ପରେ ବି ବାବୁ ମାନେ ସୁଧୁରୁ ନଥିବା ନେଇ ଚାରି ଆଡ଼େ ଚର୍ଚ୍ଚା ର ବିଷୟ ପାଲଟିଛି। ବେଆଇନ ବାଲି ଘାଟର ଅଦୃଶ୍ୟ ଶକ୍ତିର ଚେର ବହୁତ ଲମ୍ବା ବୋଲି ଆଲୋଚନା ହେଉଛି। ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ରେ ଅନେକ ଚୋରା ବାଲୁ ଘାଟ ଚାଲିଛି ପୁଣି ପ୍ରଶାସନ ର

“ବେଆଇନ ବାଲି ଘାଟରେ ଲିଜ ଧାରୀ ବାଲି ଘାଟର ୱାଇ ଫର୍ମ ବହୁଳ ଭାବରେ ବ୍ୟବହାର ହେଉଛି।”

ଆଶ୍ରିବାଦ ରେ ତେଣୁ ବେଆଇନ ବାଲୁ ଘାଟ ରେ ଚଢ଼ାଉ ହେଉନି ରାଧେ ରାଧେ ନୀତିରେ ଚାଲିଛି ବାଲୁ ଘାଟ ବୋଲି ସାଧାରଣ ରେ ଚର୍ଚ୍ଚା l ପୁଣି କିଛି ମାଫିଆ ନିଲାମ ଥିବା ବାଲୁଘାଟ ର ୱାଇ ଫର୍ମ କୁ ନେଇ ବେଆଇନ ବାଲୁ ଘାଟ ରୁ ଚୋରା ବାଲି ଚାଲାଣ କରୁଛନ୍ତି ବୋଲି ଅଭିଯୋଗ ହେଉଛି l ମାଫିଆ ମାନଙ୍କ ନାଲି ଆଖି ପାଇଁ ସଚେତନ ନାଗରିକ ଅଭିଯୋଗ କରିବାକୁ ଭୟ କରୁଛନ୍ତି l ଅଭିଯୋଗ କାରୀ ଙ୍କ ତଥ୍ୟ କୁ ଗୋପନୀୟ ରଖୁ ନାହାନ୍ତି ପ୍ରଶାସନ କଳ ବୋଲି ବି ଅଭିଯୋଗ ହେଉଛି l ରାଜ୍ୟ ସରକାର ଙ୍କ କୋଟି କୋଟି ଟଙ୍କା ର ରାଜସ୍ବ ଏହି ପ୍ରଶାସନ କଳ ଲୁଟି ଚାଲିଛନ୍ତି ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.