ନିସର୍ତ୍ତ କଥା ସତ ହେଲା : ଆସିକା ଅଞ୍ଚଳରୁ ଚୋରା ଦେଶୀ ମଦ ପାଉଚ ଚାଲାଣ ବେଳେ ପିତାପଲ୍ଲୀ ଛକରୁ ଜବତ, ୪ ଗିରଫ…..!

add-all


ଭୁବନେଶ୍ୱର: ନିସର୍ତ୍ତ ରେ ରୀତିମତ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ନୟାଗଡ ଓ ଅନ୍ୟ ଜିଲ୍ଲାକୁ ଚୋରା ଦେଶୀ ମଦ ଚାଲାଣ ସମ୍ପର୍କ ରେ ରୀତିମତ ଖବର ପ୍ରକାଶ ହୋଇ ଆସୁଛି। ତାହାର ନଗ୍ନ ନମୁନା ଆଜି ଭୁବନେଶ୍ୱର ସ୍ଥିତ ପିତା ପଲ୍ଲୀ ଛକ ନିକଟରେ ଆସିକା ଅଞ୍ଚଳରୁ ଦୁଇଟି ଚକ ଚକିଆ କାର ରେ ଅଭିନଵ ଉପାୟରେ ଦେଶୀ ମଦ ପାଉଚ ଚାଲାଣ ବେଳେ ଅବକାରୀ ବିଭାଗ ମାଡ଼ି ବସିଛି। ଦୁଇଟି ଗାଡିକୁ ଯାଞ୍ଜ ବେଳେ ବିପୁଳ ପରିମାଣର ଦେଶୀ ମଦ ପାଉଚ ଜବତ କରିବା ସହ ଆସିକା ଅଞ୍ଚଳ ୪ ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ସ୍ୱଳ୍ପ ସମୟ ମଧ୍ୟରେ ରାସାୟନିକ ପଦାର୍ଥ ଯଥା ୟୁରିଆ, ରାଜା ପିଢ଼ିଆ ଗୁଡ଼ ବ୍ୟବହାର କରି ପୋଚ ପ୍ରସ୍ତୁତ କରି ଦେଶୀ ମଦ ତିଆରି କରି ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ଜିଲ୍ଲା କୁ ଚାଲାଣ ହେଉଥିବା ଚର୍ଚ୍ଚା ହୋଇ ଆସୁଛି। ଚୋରା ଦେଶୀ ମଦ ର କାରବାର ଆସିକା ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବି ଥିବା ଆଜିର ଚୋରା ମଦ ଜବତ ଓ ୪ ଜଣ ଗିରଫ ପରେ ପର୍ଦ୍ଧା ଫାସ ହୋଇଛି। ଅଧିକ ତଦନ୍ତ କଲେ ଏହି ରେକେଟ ପଛରେ ଥିବା ମୁଖ୍ୟ ଖଳ ନାୟକ ଧରାପଡିବ ବୋଲି ଆଲୋଚନା ହେଉଛି। ବର୍ତ୍ତମାନ ଦେଖିବାକୁ ଗଲେ ଗଞ୍ଜାମ ଅବକାରୀ ବିଭାଗ ଉପରକୁ ଆଙ୍ଗୁଠି ଉଠୁଛି l ଆସିକା ମଦ କାରବାର ଏବଂ ଅପମିଶ୍ରଣ ମଦ ର ଗନ୍ତାଘର କୁ ନେଇ ବାରମ୍ବାର ଖବର ପ୍ରକାଶ ପାଉଛି ଏବଂ ଆସିକାରୁ ନୟାଗଡ଼ ଜିଲ୍ଲା କୁ ଚାଲାଣ ହେଉଥିବା କୁ ନେଇ ନୟାଗଡ଼ ପୋଲିସ ସ୍ପଷ୍ଟ କରିଛି ତଥାପି ଗଞ୍ଜାମ ପୋଲିସ ଏବଂ ଅବକାରୀ ବିଭାଗ ଚୁପ ବସିଥିବା ଆଜିର ଏହି ଘଟଣା ପରେ ସ୍ପଷ୍ଟ ହୋଇଛି l ଦେଖାଯାଉ ତଦନ୍ତ କେଉଁ ଆଡକୁ ଯାଉଛି ନା ଏହାବି ନାଲି ଫିତା ତଳେ ଦବି ଯିବ ତାହା ସମୟ କହିବ

ad-week
Leave A Reply

Your email address will not be published.