
- “କ୍ୟାଚ୍ ଦେମ୍ ୟଙ୍ଗ୍” ଅଭିଯାନ ଅଧୀନରେ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଛି ଟିପିଏସ୍ଓଡିଏଲ୍
- ଜିଲ୍ଲା ଆଥଲେଟିକ ମିଟ୍ ରେ ୪ସ୍ୱର୍ଣ୍ଣ, ୨ରୌପ୍ୟ ଏବଂ ୩ଟିବ୍ରୋଞ୍ଜ ପଦକ ଜିତିଲେ ଯୁବ କ୍ରୀଡ଼ା ପ୍ରତିଭା
ବ୍ରହ୍ମପୁର, ଡିସେମ୍ବର, ୨୦୨୫ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତାର କର୍ପୋରେଟ ସାମାଜିକ ଦାୟିତ୍ଵବୋଧ (ସିଏସ୍ଆର୍) ର ଏକ ବିଶେଷ ଅଭିଯାନ “କ୍ୟାଚ୍ ଦେମ୍ ୟଙ୍ଗ୍: ଟର୍ଣ୍ଣିଂ ଡ୍ରିମ୍ସ୍ ଇନ୍ଟୁ ଭିକ୍ଟୋରିଜ୍” ଅଧୀନରେ ତୃଣମୂଳ ସ୍ତରରେ ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବାର ପ୍ରତିବଦ୍ଧତାକୁ ଦୋହରାଇଛି। ଡିସେମ୍ବର ୧୩ ଏବଂ ୧୪ ତାରିଖରେ ଆୟୋଜିତ ୬୨ତମ ଗଞ୍ଜାମ ଜିଲ୍ଲା ଆଥଲେଟିକ ମିଟ୍ ରେ ସଫଳତା ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଟିପିଏସ୍ଓଡିଏଲ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।
ମୋଟ ୧ହଜାର ପ୍ରତିଯୋଗୀଙ୍କ ମଧ୍ୟରୁ ବିଭିନ୍ନ ପ୍ରକ୍ରିୟା ଦେଇ ଚୟନ ହୋଇଥିବା ଏହି ପ୍ରତିଯୋଗୀମାନେ ନିଜର ଅସାଧାରଣ ଦକ୍ଷତା ଏବଂ ଦୃଢ଼ ପ୍ରଦର୍ଶନ ବଳରେ ଏକାଧିକ ପଦକ ଜିତିଛନ୍ତି। ଏହି ସଫଳତା ଦର୍ଶାଏ ଯେ କ୍ୟାଚ୍ ଦେମ୍ ୟଙ୍ଗ୍ ଅଭିଯାନ ଅଧୀନରେ କ୍ରୀଡ଼ାବିତ୍ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ସଠିକ୍ ତାଲିମ ଏବଂ ନିରନ୍ତର ମାର୍ଗଦର୍ଶନ ବିଶେଷ ଭାବରେ ସହାୟକ ହୋଇଛି।
ପଦକ ବିଜେତାମାନଙ୍କ ମଧ୍ୟରେ ପୁଷ୍ପାବତୀ ରାଇତା (୫ହଜାର ମିଟର ରେସ୍ ୱାକ୍ ଏବଂ ୧୫୦୦ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ), ସୁଦୀପ୍ତା ଜେନା (୬୦୦ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ), ଏନ୍ ପୂଜା (୫ହଜାର ମିଟର ରେସ୍ ୱାକ୍ ରେ ସ୍ୱର୍ଣ୍ଣପଦକ ଏବଂ ୧୦୦୦ମିଟର ଦୌଡ଼ରେ ରୌପ୍ୟ ପଦକ), ରଞ୍ଜନୀ ମଣ୍ଡଳ (୬୦୦ମିଟର ଦୌଡ଼ରେ ରୌପ୍ୟ ପଦକ), ସାହିଲ କୁମାର ସାହୁ (୨୦୦ମିଟର ସ୍ପ୍ରିଣ୍ଟିଂ ରେ ବ୍ରୋଞ୍ଜ), କାବେରୀ ବଡ଼ରାଇତା(ଉଚ୍ଚ ଡିଆଁରେ ବ୍ରୋଞ୍ଜ) ଏବଂ ଲିଜା ବଡ଼ରାଇତା ଜାଭେଲିନ ଥ୍ରୋ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଏବଂ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀମାନେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ ଉତ୍ସାହିତ ମଧ୍ୟ କରିଛନ୍ତି।
ଏହି ଅବସରରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେକୌଣସି ପ୍ରତିଭାକୁ ପ୍ରାଥମିକ ସ୍ତରରୁ ଚିହ୍ନଟ କରିବା ଏବଂ ନିରନ୍ତର ପ୍ରୋତ୍ସାହନ ଓ ସମର୍ଥନ କରିବା ଫଳରେ ଏକ ଅସାଧାରଣ ସଫଳତା ହାସଲ କରାଯାଇପାରେ। କ୍ୟାଚ୍ ଦେମ୍ ୟଙ୍ଗ୍ ଅଭିଯାନ ହେଉଛି ତୃଣମୂଳ ସ୍ତରରୁ ଯୁବ ପ୍ରତିଭାମାନଙ୍କୁ ସଶକ୍ତ କରିବାର ଏକ ପ୍ରୟାସ। ଯାହା ସେମାନଙ୍କୁ ବଡ଼ ସ୍ୱପ୍ନ ଦେଖିବା, ଆତ୍ମବିଶ୍ବାସର ସହ ପ୍ରତିଯୋଗିତାରେ ଭାଗ ନେବା ଏବଂ ଯେକୌଣସି ସ୍ତରରେ ସଫଳତା ହାସଲ କରିବାକୁ ବିଶେଷ ଭାବରେ ସହାୟକ ହୋଇଥାଏ।”
କମ୍ପାନୀର ସିଏସ୍ଆର୍ ଉଦ୍ୟମଗୁଡ଼ିକ ମଧ୍ୟରେ, ଟିପିଏସ୍ଓଡିଏଲ୍ ଯୁବ ଶକ୍ତିର ବିକାଶ ଦିଗରେ ନିବେଶ କରିବା ଜାରି ରଖିଛି। ଯାହା ଯୁବ ପ୍ରତିଭାମାନଙ୍କ ପାଇଁ ଏକ ବିଶେଷ ସୁଯୋଗ ଅଟେ, ଯେଉଁଠାରେ ସେମାନେ ତାଙ୍କର ଉଚ୍ଚ ଅଭିଳାଷକୁ ସଫଳତାରେ ପ୍ରତିଫଳିତ କରିପାରିବାରେ ସମର୍ଥ ହେବେ।