
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ନନ୍ଦିଘୋର ଜବାହରଲାଲ ବିଦ୍ୟାପୀଠ ପରିସରରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ-୨୦୨୫ ଆୟୋଜିତ ହୋଇଛି।ଶିଶୁ ଉତ୍ସବ ପ୍ରଥମ ଓ ଦ୍ବିତୀୟ ଅଧିବେଶନରେ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ରାଜକିଶୋର ସାହୁ, ରଘୁନାଥ ମଲ୍ଲିକ ଏବଂ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ଅଧ୍ୟାପକ ଡ. ଗୋବିନ୍ଦ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଦାମୋଦର ଖିଲାର ପ୍ରମୁଖ ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ଶେଷ ଅଧିବେଶନରେ ଓଷ୍ଟା ର ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ମାଣିକେଶ୍ଵର ସ୍ୱାଇଁ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ସୁଦୀପ୍ତ କୁମାର ଦଳେଇ, ନୟାଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଘନଶ୍ୟାମ ରାଉତ, ସମ୍ପାଦକ ମାନସ କୁମାର ସାହୁ, ଯୁଗ୍ମ ସମ୍ପାଦକ ପରମାନନ୍ଦ ଦଳେଇ, ଉପସଭାପତି ନିରାକାର ସ୍ୱାଇଁ, ଲକ୍ଷ୍ମୀଧର ମହାପାତ୍ର, ରମେଶ ଚନ୍ଦ୍ର ପ୍ରଧାନ, ଦେବରାଜ ସ୍ୱାଇଁ, ତ୍ରିନାଥ ନାୟକ, ସୁନୀତା ବେହେରା, ଗୋଦାବରୀ ବସନ୍ତିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ, କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ଆବୃତ୍ତି, ଗଳ୍ପ ଲିଖନ, କବିତା ରଚନା, ଏକକ ଅଭିନୟ, ଏକକ ନୃତ୍ୟ ପ୍ରଭୃତି ପ୍ରତିଯୋଗିତା କରାଯାଇ ସଫଳ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ପ୍ରତ୍ୟେକ ବିଭାଗର ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା କୃତି ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ । ଜବାହରଲାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ସ୍ୱାଇଁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।