ମାଲକାନଗିରି ଜିଲ୍ଲାର ୮ଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ଆୟୋଜିତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ୮ଟି କେନ୍ଦ୍ରରେ ୨୫୯୭ ପରୀକ୍ଷାର୍ଥୀଙ୍କୁ ନେଇ ଓଟିଇଟି ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ,କଟକଙ୍କ ନିର୍ଦ୍ଦେଶନା ଅନୁସାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ସଫଳତାର ସହ ଆୟୋଜନ ହୋଇଯାଇଅଛି ।

ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସୂଚନା ଅନୁସାରେ ପ୍ରଥମ ପେପର୍ ସକାଳ ୮:୩୦ ରୁ ୧୧ ଟା ମଧ୍ୟରେ ୩ଟି କେନ୍ଦ୍ରରେ ୭୪୬ ପରୀକ୍ଷାର୍ଥୀଙ୍କ ପରୀକ୍ଷା ହେବାକୁ ଥିଲାବେଳେ ୮ଟି କେନ୍ଦ୍ରରେ ୧୮୫୧ ଜଣ ଅପରାହ୍ନ ୧:୩୦ ରୁ ୪ ଟା ମଧ୍ୟରେ ଦ୍ଵିତୀୟ ପେପର୍ ଦେବାର ବ୍ୟବସ୍ଥା ହୋଇଥିଲା।

ଶେଷ ସୂଚନା ଅନୁଯାୟୀ ପ୍ରଥମ ପେପର୍ ରେ ୬୯୪ ଉପସ୍ଥିତି ଥିବା ବେଳେ ୫୨ ଜଣ ଅନୁପସ୍ଥିତି ଥିଲେ । ଦ୍ଵିତୀୟ ପେପରରେ ୧୭୭୨ ଉପସ୍ଥିତି ଥିବା ବେଳେ ୭୯ ପରୀକ୍ଷାର୍ଥୀ ଅନୁପସ୍ଥିତି ଥିଲେ । ବୋର୍ଡ ତରଫରୁ ଅନନ୍ତ ଚରଣ ସୋରେନ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି ମଞ୍ଜୁଲତା ଭୋଇ କେନ୍ଦ୍ର ସ୍କ୍ୱାର୍ଡ ଦଳ ରୂପେ ସମସ୍ତ ବ୍ୟବସ୍ଥା ଦେଖି କୌଣସି କେନ୍ଦ୍ରରେ ଅନିୟମିତତା ହୋଇନଥିବାର ସୂଚନା ଦେଇଥିଲେ।

ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ପୋଲିସ ଅଧିକ୍ଷକ ବିନୋଦ ପାଟିଲ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଗୀରଥି ବେହେରା ଜିଲ୍ଲା ନୋଡାଲ ଅଫିସର ରୂପେ ୮ଟି ପରୀକ୍ଷା କେନ୍ଦ୍ର ଯଥା ସରକାରୀ ଉଚ୍ଚ ବିଦ୍ୟାଳୟ ମାଲକାନଗିରି , ନୋଡାଲ ଉଚ୍ଚ ବିଦ୍ୟାଳୟ ମାଲକାନଗିରି, ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଏମ ଭି ୭ ତମସା, ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ଏମ ଭି ୯ ଗୌଡଗୁଡ଼ା, ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ ସତିଗୁଡ଼ା , ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟ ପାଣ୍ଡରିପାଣି, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିନ୍ଧରିମାଳ ଓ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏମ ଭି ୧୫ କେନ୍ଦ୍ରର ପରୀକ୍ଷା ପୂର୍ବରୁ ଜଳ, ସିସିଟିଭି, ପୋଲିସ ମୁତୟନ ଆଦି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତଦାରଖ କରିଥିଲେ।

ad-week
Leave A Reply

Your email address will not be published.