ଧାନ ସଂଗ୍ରହ ଟାରଗେଟ ବୃଦ୍ଧି ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

add-all

କୋରୁକୋଣ୍ଡା : ଚଳିତ ବର୍ଷ ଧାନ ଉତ୍ପାଦନ ଭଲ ହୋଇଥିବା ସତ୍ତ୍ୱେ ସରକାରୀ ଧାନ ସଂଗ୍ରହ ଟାରଗେଟ କମ୍ ଥିବା କାରଣରୁ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଅଞ୍ଚଳର ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷିତରେ କୋରୁକୋଣ୍ଡା ଲାମ୍ପସ ପକ୍ଷରୁ ଧାନ ସଂଗ୍ରହ ସୀମା ବୃଦ୍ଧି ଦାବି କରି ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, କୋରୁକୋଣ୍ଡା ଲାମ୍ପସ ଅଧୀନରେ ବର୍ତ୍ତମାନ ଧାନ ସଂଗ୍ରହ ପରିମାଣ ୧୫୦୦ କ୍ୱିଣ୍ଟାଲ ଧାର୍ଯ୍ୟ କରାଯାଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୮୦ରୁ ଅଧିକ ନୂତନ ଚାଷୀ ଏହା ସହ ଯୋଡ଼ି ହୋଇଛନ୍ତି। ଧାନ ଉତ୍ପାଦନ ବଢ଼ିଥିବାରୁ ଏହି ସୀମା ଚାଷୀମାନଙ୍କ ପାଇଁ ଅପର୍ଯ୍ୟାପ୍ତ ବୋଲି କୁହାଯାଇଛି। କୋରୁକୋଣ୍ଡା ଲାମ୍ପସର ସଭାପତି ସାଲୁ ଖିଲ୍ଲା ଙ୍କ ନେତୃତ୍ୱରେ ଚାଷୀମାନେ ଧାନ ସଂଗ୍ରହ ସୀମାକୁ୧୫୦୦ କ୍ୱିଣ୍ଟାଲରୁ ବଢ଼ାଇ ୨୫୦୦କ୍ୱିଣ୍ଟାଲ କରିବା, ସପ୍ତାହକୁ ଥରକ ପରିବର୍ତ୍ତେ ଦୁଇଥର ମଣ୍ଡି ବ୍ୟବସ୍ଥା କରିବା ଓ ବର୍ଦ୍ଧିତ ଚାଷୀ ସଂଖ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେତର୍ଲାକୋଟା ଗ୍ରାମପଞ୍ଚାୟତ ନାଇବ ସରପଞ୍ଚ ପଦ୍ମନାଭ ମାଡକାମୀ, ପୂର୍ବତନ ସରପଞ୍ଚ ସୋମନାଥ ବାରସେ ଓ ନରସିଂହ ମାଝୀ, ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ଗୁଣ୍ଠା ସହ କାର୍ତ୍ତିକ ଖେମୁଡୁ, ଆନନ୍ଦ କବାସୀ, ନିଳାନ୍ଦ୍ର ହନ୍ତାଳ, ଗୋବିନ୍ଦ ଗୋଲ୍ଲାରୀ, ଗୁରୁ କବାସୀ ଓ ଜଗତ ମାଡକାମୀ ଉପସ୍ଥିତ ଥିଲେ। ଆଗାମୀଦିନରେ ଚାଷୀମାନଙ୍କ ଏହି ଦାବି ଉପରେ ଜିଲ୍ଲା ପ୍ରଶାସନ କେଉଁ ପଦକ୍ଷେପ ନେବ, ସେଥିପାଇଁ ଚାଷୀମାନେ ଅପେକ୍ଷା କରି ରହିଛନ୍ତି।

ad-week
Leave A Reply

Your email address will not be published.