ଅମୃତଭଣ୍ଡା ତୋଳିବା ବେଳେ ଅକାଳରେ ଚାଲିଗଲା ମହିଳା ଙ୍କ ଜୀବନ

youtube

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି, ଅମୃତଭଣ୍ଡା ତୋଳିବା ବେଳେ ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ । ସୂଚନା ପ୍ରକାରେ ଗୁରୁବାର ପୂର୍ବାହ୍ନରେ ଗୋଛାପଡ଼ା ଗ୍ରାମର ଚନ୍ଦ୍ରକଳା ଦିଗାଳ ନାମକ ଜଣେ ମହିଳା ନିଜ ବାଡ଼ିରୁ ଅମୃତଭଣ୍ଡା ତୋଳିବା ବେଳେ ମହିଳାଙ୍କ ମୁଣ୍ଡ ଓ ଛାତିରେ ଅମୃତଭଣ୍ଡା ମାଡ଼ ହୋଇଯିବା ଫଳରେ ଚନ୍ଦ୍ରକଳା ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଯାଇଥିଲେ । ପରିବାର ଲୋକେ ଚନ୍ଦ୍ରକଳାଙ୍କୁ ଅଚେତ ଅବସ୍ଥାରେ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଚନ୍ଦ୍ରକଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଖବରପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ୍ ସ୍ବାଇଁ ପହଁଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.