ଶତାୟୁ ଧର୍ମ ପରାୟଣ ବ୍ୟକ୍ତି ଙ୍କ ଦେହାନ୍ତ: ସମଗ୍ର ଅଞ୍ଚଳ ରେ ଶୋକର ଛାୟା

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଖଦାଳ ସାହିର ଶତାୟୁ ଧର୍ମ ପରାୟଣ ବ୍ୟକ୍ତି ସନ୍ୟାସୀ ପାଣୀଗ୍ରାହି (୧୦୩) ଙ୍କ ନିଜ ବାସଭବନରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ସମଗ୍ର ଟିକାବାଲି ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ସ୍ବର୍ଗତ ପାଣିଗ୍ରାହୀ ଟିକାବାଲି ଅଞ୍ଚଳରେ ପୂର୍ବରୁ ଜଣେ ଜଣାଶୁଣା ରୋଷେୟା କାରିଗର ଭାବରେ ବେଶ ପରିଚିତ ଥୂଲେ । ଟିକାବାଲି ମେଡିକାଲକୁ ଦୁର ଦୁରାନ୍ତ ରୁ ଲୋକମାନେ ଚିକିତ୍ସା ହେବାପାଇଁ ଆସନ୍ତି ଯଦି କୈଣସି ଅସୁବିଧା ହେବା ବିଷୟ ତାଙ୍କ ନଜରକୁ ଆସିଲେ ସେ ସହାୟତା ର ହାତ ବଢ଼ାଉଥିଲେ । ସ୍ବର୍ଗତ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ପୂର୍ବରୁ ମୃତ୍ଯୁ ବରଣ କରିଥିଲେ । ସ୍ବର୍ଗତ ପାଣିଗ୍ରାହୀଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ୫ ପୁଅ,ବୋହୁ ନାତି ନାତୁଣୀ, ସମେତ ପାଣିଗ୍ରାହି ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ସନ୍ୟାସୀଙ୍କର ନିକଟସ୍ଥ ସାଲୁଙ୍କି ନଦୀରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା I

ad-week
Leave A Reply

Your email address will not be published.