ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି କୋଭିଡ କେନ୍ଦ୍ର

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରମୁଖ ସ୍ଥାନରେ ନିର୍ମାଣ ହୋଇଥିବା କୋଭିଡ୍ କେନ୍ଦ୍ରର ମୁଖ୍ୟ ଦ୍ଵାରରେ ତାଲା ପଡ଼ିଥିବା ବେଳେ ଗ୍ରିଲ ଲାଗିନଥିବା କାଚ ଝରକା ଭାଙ୍ଗି କେହି ଦୁର୍ବୃତ୍ତ ନାମକରା କମ୍ପାନୀର ୬ଟି ସିଲିଂ ଫ୍ୟାନ ଚୋରି କରି ନେଇଯାଇଛି ।ସିଲିଂ ଉପରେ ଫ୍ୟାନର ଉପର ଅଂଶରେ ରହିଥିବା ରଡ ଗୁଡ଼ିକ ଝୁଲୁଛି । ଫ୍ୟାନ ଗୁଡ଼ିକ ଚୋରି ହୋଇଥିବାର ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।ସୂଚନା ଅନୁଯାୟୀ ୨୦୨୧ ମସିହାରେ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଏହି କୋଭିଡ କେନ୍ଦ୍ର ଓଡ଼ଗାଁ କିମ୍ବା ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର ହୋଇ ନଥିବାରୁ ଏହି କୋଭିଡ କେନ୍ଦ୍ର ବିଷୟରେ ଓଡ଼ଗାଁ ବା ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏପରିକି ନୟାଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ବି କୌଣସି ସୂଚନା ନାହିଁ।ବହୁ ଅର୍ଥ ବିନିମୟରେ ନିର୍ମିତ ଏହି ଗୃହଟି ଅନୁପଯୋଗୀ ହୋଇ ରହିଥିବାରୁ ସମୟ କ୍ରମେ ଦୁର୍ବୃତ୍ତ ମାନେ ଝରକା ଭାଙ୍ଗି ଭିତରେ ପଶି ଚୋରୀ କରୁଛନ୍ତି ।ଏହି କେନ୍ଦ୍ରକୁ ଲାଗିଥିବା ରାସ୍ତାଟି ଅଣଓସାରିଆ ହୋଇଥିବାରୁ ରୋଗୀଙ୍କୁ ନେଇ ଆସୁଥିବା ୪ଚକିଆ ମୋଟର ଯାନ ଯିବା ଆସିବା ବେଳେ ନାନା ସମସ୍ୟା ସୃଷ୍ଟି ହେଉଛି ।ଏହି ଗୃହକୁ ଅନ୍ୟ କୌଣସି ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଉକ୍ତ ଗୃହକୁ ବ୍ୟବହାର ଉପଯୋଗୀ କରାଯାଉ କିମ୍ବା ଭାଙ୍ଗିଦେଇ ଉକ୍ତ ସ୍ଥାନକୁ ଖାଲି କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ମାତ୍ର ଏହି ନିର୍ମାଣ କାହା ନିର୍ଦ୍ଦେଶରେ ହୋଇଛି ଏବଂ କାହିଁକି କରାଯାଇଛି ଏବଂ ଏବେ ସେ କୁଆଡେ ଗଲା ଏହି ବିଷୟରେ ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ କାହା ପାଖରେ ଉତ୍ତର ନାହିଁ ।ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଏହାକୁ ନେଇ ବିଚାର କଲେ ସମସ୍ତ ତଥ୍ୟ ବାହାରକୁ ଆସିପାରିବ । ଏହି ପରିତ୍ୟକ୍ତ ଗୃହକୁ ବ୍ୟବହାର ଉପଯୋଗୀ କରାଯାଇପାରିଲେ ଅଧିକାଂଶ ରୋଗୀ ଉପକୃତ ହୁଅନ୍ତେ ।

ad-week
Leave A Reply

Your email address will not be published.