ଜନବସତି ମୁହାଁ ହାତୀ, ୧୦ ସ୍କୁଲ ଛୁଟି ଘୋଷଣା କଲେ ଡିଇଓ

youtube

ବାଲେଶ୍ବର : ବାଲେଶ୍ବର ଜିଲ୍ଲାରେ ହାତୀ ପାଇଁ ସ୍କୁଲ ଛୁଟି । ୧୦ଟି ସ୍କୁଲକୁ ଛୁଟି ଘୋଷଣା କଲେ ବାଲେଶ୍ବର ଡିଇଓ । ଖଇରା ବ୍ଲକ ପୂର୍ବପଡା ଗାଁର ଜଣେ ଯୁବକଙ୍କୁ କଂକ୍ରିଟ ରାସ୍ତାରେ କଚାଡ଼ି ମାରିଲା ଦନ୍ତା । ମୃତକ ହେଲେ ସୁରେନ୍ଦ୍ର ଦାସ । ଅନ୍ୟ ୨ ଜଣ ହାତୀ ଆକ୍ରମଣରେ ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ତାତିଲେ ସ୍ଥାନୀୟଲୋକେ ।

ସେପଟେ ହାତୀର ଗତିବିଧିକୁ ନଜର ରଖି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମହତିପୁର, ନୂଆସାହି, ଶୁଣ୍ଡିରା ଗଣ୍ଡିବେଡ଼,ତେୱଦୀଆ, ଅଣ୍ଡେରେଇ ଅଞ୍ଚଳର ୧୦ଟି ସ୍କୁଲକୁ ଛୁଟି ଘୋଷଣା କଲା ଜିଲ୍ଲା ପ୍ରଶାସନ । ବନ ବିଭାଗର ଅବହେଳତା ଯୋଗୁଁ ଗୋଟିଏ ନୀରିହ ଜୀବନ ଅକାଳରେ ଚାଲିଯିବା ଅଭିଯୋଗ ଆଣିଛନ୍ତି ଗାଁଲୋକେ । ଖାଦ୍ୟ ଅନ୍ୱେଷଣରେ ଗତକାଲି ରାତିରୁ ଶାରିଶୁଆ ପାହଡ଼ରୁ ଜନବସତି ମୁହାଁ ହୋଇଛି ଦନ୍ତା । ହେଲେ ବନବିଭାଗ ଏଥିପ୍ରତି ସଜାଗ ନଥିବା ଲୋକେ ଅଭିଯୋଗ କରିଛନ୍ତି । ବନବିଭାଗ ଦନ୍ତା ଘଉଡାଇବାକୁ ଜୋରଦାର ପ୍ରୟାସ ଜାରି ରଖିଛି । ଏବେ ଅଣ୍ଡାଇଲୋ, ଅଲିପୁର ମୁହାଁ ହୋଇଛି ଦନ୍ତାହାତୀ ।

Leave A Reply

Your email address will not be published.