କନେଷ୍ଟବଳ ଲେଖନକାରଙ୍କ ଅକାଳ ମୃତ୍ୟୁ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନାରେ କାର୍ଯ୍ୟରତ ହେଡ କନେଷ୍ଟବଳ ତଥା ଲେଖନକାର ପ୍ରଦୀପ କୁମାର ଦାସ(୪୮)ଙ୍କ ଅକାଳ ବିୟୋଗରେ ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଇଆଇସି ଅଭୟ ବେହେରା, ଏସଆଇ ବୈକୁଣ୍ଠନାଥ ସ୍ୱାଇଁ, ଟିଟୁ ବାଳା ବେହେରା, ଦେବରାଜ ମଲ୍ଲିକଙ୍କ ସହିତ ଅନ୍ୟ ସହକର୍ମୀ ପୋଲିସ କର୍ମଚାରୀ ମାନେ ଏବଂ ସଂଘ ତରଫରୁ ସୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି।ଶରୀର ଅସୁସ୍ଥ ପାଇଁ ପ୍ରଦୀପ ଦାସ କିଛିଦିନ ଧରି ଚିକିତ୍ସାଧୀନ ଥିଲେ ।ସେ ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ତୁରନ୍ତ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଏନେଇ ଓଡ଼ଗାଁ ଥାନାରେ ୪୨/୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଶବ ସଂସ୍କାର ପାଇଁ ତାଙ୍କୁ ପୁରୀ ନିଆଯାଇଛି ।ସ୍ବର୍ଗତ ଦାସଙ୍କର ଘରେ ବୁଢୀମା ସହିତ ସ୍ତ୍ରୀ ଓ ପୁଅଝିଅ ଅଛନ୍ତି ।

ad-week
Leave A Reply

Your email address will not be published.