
ଭୁବନେଶ୍ବର : ଭୁବନେଶ୍ବର ବିମାନ ବନ୍ଦରରେ ଏକାଧିକ ଏୟାର ଇଣ୍ଡିଆ ବିମାନ ରଦ୍ଦ । ଯାତ୍ରୀ ହନ୍ତସନ୍ତ । ଘନ କୁହୁଡି ଯୋଗୁଁ ୩ଟି ବିମାନ ରଦ୍ଦ ହୋଇଛି । ଏଥିସହ ଗୋଟିଏ ବିମାନ ବିଳମ୍ବରେ ଚାଲିଛି । ଭୁବନେଶ୍ୱରରୁ ଦିଲ୍ଲୀ ପାଇଁ ଦୁଇଟି ବିମାନ ଏବଂ କୋଚି ପାଇଁ ଗୋଟେ ବିମାନକୁ ରଦ୍ଦ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ । ଆଜି ସକାଳ ୯.୪୫ରେ ଥିବା AI 1814 ଯାହା ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥାନ୍ତା ତାହା ରଦ୍ଦ ହୋଇଛି । ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଥିବା ୩.୨୦ର ବିମାନ I X1060 ମଧ୍ୟ ରଦ୍ଧ ହୋଇଛି ।
ସେହପିରି ଭୁବନେଶ୍ୱରରୁ କୋଚି ଯିବାକୁ ଥିବା ୧୧.୧୦ ର ବିମାନ ମଧ୍ୟ ରଦ୍ଦ କରିଛି ଏୟାର ଇଣ୍ଡିଆ । ଦିଲ୍ଲୀରେ ପ୍ରବଳ କୁହୁଡି ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଏୟାର ଇଣ୍ଡିଆ ଫ୍ଲାଇଟ କ୍ୟାନ୍ସଲକୁ ନେଇ ଯାତ୍ରୀଙ୍କ ମଧ୍ୟରେ ବଢ଼ିଛି ଅସନ୍ତୋଷ । ବର୍ତ୍ତମାନ ବିମାନ ବନ୍ଦର ବାହାରେ ଏକାଧିକ ଯାତ୍ରୀ ଅପେକ୍ଷା କରିଛନ୍ତି ।