ମାଛ ବଜାର ଦାବିରେ ରାସ୍ତାରୋକ

youtube

ବ୍ରହ୍ମପୁର : ରାସ୍ତା ଉପରେ ମାଛ ରଖି ରାସ୍ତାରୋକ ।  ପରିତ୍ୟକ୍ତ ଅବସ୍ଥାରେ ଦୀର୍ଘ ବର୍ଷ ଧରି ମାଛ ବିକିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମତ୍ସ୍ୟଜୀବୀ । ମାଛ ବିକ୍ରି ପାଇଁ ବଜାର ହୋଇଥିବାବେଳେ ତାହାକୁ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରାଯାଇନଥିବା ଅଭିଯୋଗ ହୋଇଛି ।  ବାରମ୍ବାର ଦାବି ପରେ ମଧ୍ୟ ବଜାର ଖୋଲାଯାଇନଥିବା ଯୋଗୁଁ ରମ୍ଭା ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା ।  ରମ୍ଭା NAC କର୍ତ୍ତୁପକ୍ଷ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।  ଖୁବଶୀଘ୍ର ମତ୍ସ୍ୟଜୀବୀଙ୍କ ପାଇଁ ଉପଲବ୍ଧ ଥିବା ବଜାର ଖୋଲିବାକୁ ନେଇ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.