
ତରଭା : ଲାଞ୍ଚ ଅଭିଯୋଗରେ ପୂର୍ବତ୍ତନ ଅମିନଙ୍କୁ କାରାଦଣ୍ଡ । ପେନସନ ବନ୍ଦ କରିବା ସହ ୪ବର୍ଷ ବିଚାର ବିଭାଗୀୟ କାରାଦଣ୍ଡ ଓ ଜରିମାନା ନିର୍ଦେଶ ଦେଇଛି ଅଦାଲତ । ଘଟଣା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ତହସିଲରେ କାର୍ଯ୍ୟରତ ପୂର୍ବତନ ଅମିନ ଶ୍ରୀ ସାହୁ ମେହେରଙ୍କୁ ଲାଞ୍ଚ ଅଭିଯାଗରେ କାରାଦଣ୍ଡ ଶୁଣାଇଛି ଅଦାଲତ । ଲାଞ୍ଚ ଅଭିଯୋଗରେ ଶ୍ରୀ ମେହେରଙ୍କୁ ୪ ବର୍ଷ କାରାଦଣ୍ଡ ସହ ଜରିମାନା ନିର୍ଦ୍ଦେଶ ଦେଇଛି ବଲାଙ୍ଗୀର ଭିଜିଲାନ୍ସ ଅଦାଲତ । ଭିଜିଲାନ୍ସ କେସ୍ ୟୁ/ଏସ ୧୩(୨) ଆର/ଡବ୍ଲୁ(୧)(ଡ଼ି)/୭ ଅନୁସାରେ ଶ୍ରୀ ମେହେରଙ୍କୁ ଗିରଫ କରିଥିଲା ଭଜିଲାନ୍ସ । ଅଭିଯୋଗ ଅନୁସାରେ ଜଣେ ଜମି ମାଲିକଙ୍କ ଠାରୁ ସୀମା ନିର୍ଦ୍ଧାରଣ ପାଇଁ ଲାଞ୍ଚ ମାଗିଥିଲେ ଶ୍ରୀ ମେହେର । ଯାହାକୁ ଆଧାର କରାଯାଇ ଆଜି ବଲାଙ୍ଗୀର ଭିଜିଲାନ୍ସ ଅଦାଲତ ତାଙ୍କୁ ବିଚାର ବିଭାଗୀୟ କାରାଦଣ୍ଡ ଶୁଣାଇବା ସହ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି । ଏହାସହ ଶ୍ରୀ ମେହେରଙ୍କ ପେନସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଭିଜିଲାନ୍ସ ।