ସ୍କୁଲରେ ପଶି ୭ ପ୍ୟାକେଟ ଚାଉଳ ନଷ୍ଟ କଲା ହାତୀ

add-all

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜ ବୁଡ଼ାଗୁଡା ସେକ୍ସନର ପଡିଭଟ୍ଟା ବିଦ୍ୟାଳୟରେ  ହାତୀ ପଶି ୭ ପ୍ୟାକେଟ ଚାଉଳ ନଷ୍ଟ କରିଛି। ବହୁଦିନ ଧରି ନିୟମଗିରି ପାହାଡ଼ରେ ରହୁଥିବା ୨୭ଟିକିଆ ହାତୀପଲ ଲାଞ୍ଜିଗଡ ଓ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଗୁରୁବାର ରାତ୍ରରେ ୩ଟି ହାତୀ ପୋଲମା ପଞ୍ଚାୟତର ପଡିଭଟ୍ଟା ଗ୍ରାମରେ ଥିବା ବିଦ୍ୟାଳୟ କବାଟ ଭାଙ୍ଗି ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ପାଇଁ ରଖାଯାଇଥିବା ମଧ୍ୟାହ୍ନଭୋଜନ ଚାଉଳ ଫିଙ୍ଗା ଫିଙ୍ଗି କରିବ​‌ବା ସହ ଚେୟାର ଟେବୁଲ ଭଙ୍ଗାରୁଜା କରିଛି। ଉକ୍ତ ଖବର ଗ୍ରାମବାସୀ ଦେଖି ବିଦ୍ୟାଳୟର ରୋଷେୟା, ପ୍ରଧାନ ଶିକ୍ଷକ ହଳଧର କୌଶଲ୍ୟାଙ୍କୁ ଜଣାଇଥିଲେ। ପ୍ରଧାନ ଶିକ୍ଷକ ଆସି ଦେଖିବା ପରେ ବନ ବିଭାଗକୁ ସୂଚନା ଦେଇଥିଲେ। ବନପାଳ ପ୍ରଦୀପ କୁମାର ଜେନା ବିଦ୍ୟାଳୟକୁ ଯାଇ ଚାଉଳ ନଷ୍ଟ ହୋଇଥିବା ଦେଖି ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ।

ad-week
Leave A Reply

Your email address will not be published.