ଇମ୍ରାନ୍ ଖାନ୍ ଓ ପତ୍ନୀଙ୍କୁ ୧୭ ବର୍ଷ ଜେଲ ଦଣ୍ଡାଦେଶ

youtube

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇର ସଂସ୍ଥାପକ ଇମ୍ରାନ୍ ଖାନ୍ ଏବଂ ପତ୍ନୀ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ଆଜି ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଉଭୟଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ଲାଗି ଜେଲ ଦଣ୍ଡ ହୋଇଛି । ୨୦୨୧ ମେ ମାସରେ ଏକ ସରକାରୀ ଗସ୍ତ ସମୟରେ ସାଉଦି ଯୁବରାଜଙ୍କ ଇମ୍ରାନ ଖାନଙ୍କୁ ଏକ ବୁଲଗାରି ଅଳଙ୍କାର ସେଟ୍ ଦେଇଥିଲେ । ଯାହା ପରବର୍ତ୍ତୀ ସମୟରେ ଅତ୍ୟନ୍ତ କମ ମୂଲ୍ୟରେ କିଣାଯାଇଥିଲା ।

ନିୟମ ଅନୁଯାୟୀ, ଏହାକୁ ସରକାରୀ କୋଷାଗାରରେ ଜମା କରାଯାଇନଥିଲା । ତଦନ୍ତ ଏଜେନ୍ସିଗୁଡ଼ିକର କହିବା ମୁତାବକ ଏହା ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଇଥିଲା । ସ୍ୱତନ୍ତ୍ର ବିଚାରପତି କେନ୍ଦ୍ରୀୟ ଶାହରୁଖ ଅର୍ଜୁମନ୍ଦ ୮୦ରୁ ଅଧିକ ଶୁଣାଣି ପରେ ଏହି ରାୟ ଶୁଣାଇଛନ୍ତି । କୋର୍ଟ ପାକିସ୍ତାନ ଦଣ୍ଡ ସଂହିତାର ଧାରା ୩୪ ଏବଂ ୪୦୯ ଅନୁଯାୟୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ, ତାଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୫(୨) ଅନୁଯାୟୀ ୭ ବର୍ଷର ଅଲଗା ଦଣ୍ଡାଦେଶ ଦିଆଯାଇଛି । ସେହିପରି ବୁଶରା ବିବିଙ୍କୁ ସମାନ ଧାରା ଅନୁଯାୟୀ ମୋଟ ୧୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ମାମଲାରେ ଦୁହିଁଙ୍କ ଭୂମିକା ସମାନ ଭାବେ ରହିଛି ବୋଲି କୋର୍ଟ କହିଛନ୍ତି । ଯଦି ଜରିମାନା ରାଶି ଜମା ନ କରାଯାଏ, ତେବେ ଅତିରିକ୍ତ ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଯିବ । ଇମ୍ରାନ ଖାନ ଅଗଷ୍ଟ ୨୦୨୩ରୁ ବିଭିନ୍ନ ମାମଲାରେ ଜେଲରେ ଅଛନ୍ତି ।

Leave A Reply

Your email address will not be published.