
ପଶ୍ଚିମବଙ୍ଗ : ଘନ କୁହୁଡି କାରଣରୁ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର । ପଶ୍ଚିମବଙ୍ଗର ତାହେରପୁର ଅବତରଣ ନ କରିପାରିବାରୁ ଫେରିଆସିଲା ହେଲିକପ୍ଟର । ପଶ୍ଚିମବଙ୍ଗ ନଦିଆର ତାହେରପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ରହିଥିଲା । କୋଲକତା ଏୟାରପୋର୍ଟରେ ମୋଦିଙ୍କ ବିମାନ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ତାହେରପୁରଙ୍କ ଯିବାର ଥିଲା । କିନ୍ତୁ କମ୍ ଦ୍ଶ୍ୟମାନ ଯୋଗୁଁ ହେଲିକପ୍ଟରଟି ଅବତରଣ ନ କରିପାରି ଫେରିଯାଇଥିଲା ।
ଶନିବାର ସକାଳେ ଏମଆଇ ୧୭ ହେଲିକପ୍ଟର କୋଲକତା ଏୟାରପୋର୍ଟରୁ ସକାଳ ୧୧.୧୫ ମିନିଟରେ ରାଣାଘାଟର ତାହେରପୁର ହେଲିପ୍ୟାଡ ପାଇଁ ଉଡ଼ାଣ ଭରିଥିଲା । ଏହି ହେଲିକପ୍ଟର ତାହେରପୁରରେ ଅବତରଣ କରିବାର ଥିଲା । କିନ୍ତୁ ଘନ କୁହୁଡି ଯୋଗୁଁ ହେଲିକପ୍ଟର ଅବତରଣ ନ କରିପାରି ଫେରିଆସିଥିଲା । ସେପଟେ ତାହେରପୁରରେ ବିଜେପି ସାଂସଦ ସୁକାନ୍ତ ମଜୁମଦାର ମିଟିଂ ଆରମ୍ଭ କରି ମୋଦିଙ୍କ ହେଲିକପ୍ଟର ଅବତରଣ କରିପାରିନଥିଲା ସୂଚନା ଦେଇଥିଲେ ।
କୁହୁଡି ଯୋଗୁଁ ହେଲିକପ୍ଟର ଅବତରଣ କରିପାରିନଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର ଦମଦମ ଏୟାରପୋର୍ଟ ପାଇଁ ଫେରିଯାଇଥିଲା ।