
ବଣାଇଁ, ବଣାଇଁ ବ୍ଲକ ଅନ୍ତର୍ଗତ ଇନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୭ ଗୋଟି ପଞ୍ଚାୟତ କୁ ନେଇ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହାକୁ ବଣାଇଁ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ ଅନୁଷ୍ଠାନିକ ଭାବେ ଫିତା କାଟି ଉଦଘାଟନ କରିଥିଲେ l ବଣାଇଁ ଗୋଷ୍ଠି ଉନ୍ନୟନ ଅଧିକାରୀ ଦିବ୍ୟ ଶଙ୍କର ଜୟପୁରିଆଙ୍କ ପ୍ରତେକ୍ଷ ତତ୍ୱା ବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ପରିଷଦ ସଭ୍ୟ ରାମ ଚନ୍ଦ୍ର ସାହୁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଅଜୟ କୁମାର ସାହୁ, ଏବିଡ଼ିଓ ସାରିଆ ଲାକ୍ରା, ସିଡିପିଓ ବୀଣାପାଣି ନାୟକ, ବିଏଫ ଓ ସୁରେନ୍ଦ୍ର ଭୋଇ, ବ୍ଲକ ସାମାଜିକ ଅଧିକାରୀ ଅନୁପମା ନାଗ, ରୁପମଞ୍ଜରୀ ସାହୁ, ବିଆରପି ଅଶୋକ ମାଝୀ ଓ ୭ ଗୋଟି ପଞ୍ଚାୟତ ର ସରପଞ୍ଚ ଉପସ୍ଥିତ ରହି ଥିଲେ l ଏହି ଶିବିର ରେ ମୋଟ ୨୦୫ ଜଣ ହିତାଧିକାରୀ ପଞ୍ଜିକରଣ କରିଥିବା ବେଳେ ୧୭୪ ଜଣ ହିତାଧିକାରୀ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ l ତନ୍ମଧ୍ୟରୁ ଶାରୀରିକ ଅକ୍ଷମ-୮୬, ଦୃଷ୍ଟି ବାଧିତ- ୧୫, ଶ୍ରବଣ ବାଧିତ -୩୫, ମାନସିକ ଆସାମର୍ଥ୍ୟ-୩୮ ମାନଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯିବ l ରାଉରକେଲା ରୁ ଭିଭିନ୍ନ ବିଭାଗର ଏକ ଡାକ୍ତରୀ ଦଳ ଚକ୍ଷୁ, ନାସା, କର୍ଣ୍ଣ, ଭେଷଜ, ସାନୟୁ, ଅସ୍ଥିସଲ୍ୟ ଆସି ସମସ୍ତ ଭିନ୍ନକ୍ଷମ ମାନଙ୍କୁ କିଏ କେଉଁ ଥି ପାଇଁ ଯୋଗ୍ୟ ପରୀକ୍ଷା ନିରୀକ୍ଷା କରିଥିଲେ l ଏହି ଶିବିରରେ ୬ ଜଣ ଭିନ୍ନକ୍ଷମ ଯେଉଁମାନେ ଚାଲି ପାରୁନଥିଲେ ସେହିମାନଙ୍କୁ ହୁଇଲ ଚେୟାର ବ୍ଲକ ପକ୍ଷରୁ ଯୋଗାଇ ଦିଆ ଯାଇଥିଲା l ଏହି ଭିନ୍ନକ୍ଷମ ଶିବିର କୁ ପରିଚାଳନା କରିବାରେ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ପଞ୍ଚାୟତ ର କର୍ମଚାରୀ, ବ୍ଲକ ର କର୍ମଚାରୀ, ସରସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ପ୍ରମୁଖ ସହାୟତା କରିଥିଲେ l