ମିଲର ମାନଙ୍କ ସହଯୋଗ ରେ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି ଚାଷୀଙ୍କ ଧାନ ….!

ଚାଷୀଙ୍କ ପାଇଁ କାଳ ହେଲାଣି ଡବଲ ଇଞ୍ଜିନ ସରକାର..!

add-all

ପ୍ରଶାସନ ବଟି ନେଇ ଆଖିରେ ବାନ୍ଧିଛି ଅନ୍ଧ ପୁଟଳି…!


ବ୍ରହ୍ମପୁର: ରାଜ୍ୟରେ ବିଜେଡି ସରକାର ବଦଳିଲା ପରେ ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବିଷ ଖାଇବା ପରିସ୍ଥିତି ପାଖେଇ ଆସିଛି ଦିନ ଥିଲା ଚାଷୀ ଟି ନିଜର ବର୍ଷ କର ଧାନ ବିଲ ରୁ ଅମଳ କରି ନିଜର ଧାନ କୁ ସରକାର ଙ୍କ ତରଫରୁ ହୋଇଥିବା ମଣ୍ଡି ମାଧ୍ୟମରେ ମିଲରକୁ ଧାନ କୁ ବିକ୍ରି କରି ଉଚିତ ଦର ପାଇ ଶାନ୍ତି ରେ ନିଶ୍ୱାସ ନେଉଥିଲା କିନ୍ତୁ ଏବେ ଡବଲ ଇଞ୍ଜିନି ସରକାର ଆସିବା ପରେ ଧାନ ମୂଲ୍ୟ ଦେଇ ବୋନସ ପଇସା ଦେଇଛନ୍ତି କିନ୍ତୁ ସେଇ ଗରିବ ଚାଷୀର ବୋନସ ଟଙ୍କା ଟି ଘରକୁ ନଯାଇ ରାଜନେତା, ସରକାରୀ ବାବୁ ଓ ମିଲର ମଧ୍ୟରେ ସଲାସୂତରା ହୋଇ ସେଇ ବୋନସ ଟଙ୍କା କୁ ଲୁଟି ନେଉଛନ୍ତି ଏହା ପରେ ଚାଷୀ ବାପୁଡ଼ାତି ଧାନ ନେଇ ଆସିଲା ପରେ ଏହି ଧାନ ଏଫଏକିଓ ମାନର ନୁହେଁ ବୋଲି ଚାଷୀଙ୍କୁ ଠକୁଛନ୍ତି ଚାଷୀ ଟି ଏହି ଜଞ୍ଜାଳ କୁ ନ ସହି ଅନ୍ୟ ରାଜ୍ୟକୁ ଶାଗ ମାଛ ଦରରେ ନିଜର ବର୍ଷକର ଅମଳ ଧାନକୁ କିଛି ମିଲେର ଙ୍କ ସହଯୋଗ ରେ ବିକ୍ରି କରୁଛନ୍ତି।୨୦୨୪-୨୦୨୫ ର ଖରିପ ଧାନ ର ପ୍ରାୟ ଚାଉଳ ୪୮% ପରସେଣ୍ଟ ଥିବାର ଖବର ମିଳିଛି ରାଜ୍ୟ ରେ କିଛି ଦିନ ମଧ୍ୟରେ ମଣ୍ଡି ଖୋଲିବ ପୁଣି ଚାଷୀ ଧାନ ମଣ୍ଡି ରେ ବିକ୍ରି କରିଵ ହେଲେ ଧାନ ନେବ କିଏ ? ହଁ ମଣ୍ଡି ରୁ ଧାନ ଉଠିବ ଧାନ ନେବେ କୁଚକୃତିର ମିଲିର ଯିଏ କୁ ଚାଷୀ ବାପୁଡ଼ା ଟିକୁ ଗୋଟିଏ ଗୋଡ଼ରେ ଆଣ୍ଠେଇ ତା ଧାନ କୁ ନେଇଯିବେ ଅନ୍ୟ ମିଲର ମାନେ ଯେତେବେଳେ ୨୦୨୪/୨୫ ର ଚାଉଳ ଦେଇ ଧାନ କିଣିବାକୁ ଆସିଲା ବେଳେ ନାଥିବ ଧାନ ନା ଥିବେ ଚାଷୀ କଷ୍ଟ ଅର୍ଜିତ ଧାନ କୁ କମ ଦର ରେ ବିକ୍ରି କରି ଋଣ ସୁଝି ଆତ୍ମହତ୍ୟା କରିଥିବେ ଏଠି ପ୍ରଶ୍ନ ଉଠେ କି ଏହି ଡବଲ ଇଞ୍ଜିନ ସରକାର ଙ୍କ ନିଦ୍ରା କେବେ ଭାଙ୍ଗିବ କେବେ ସମସ୍ତ ମିଲର ଙ୍କ ଚାଉଳ ଉଠିବ ଦେଖିବାକୁ ବାକି ରହିଲା କେବେ ଉଚିତ ଟଙ୍କା ଚାଷୀ ପାଇବ। ଧରାକୋଟ ଅଞ୍ଚଳ ର ମୁଣ୍ଡମରେଇ ଅଞ୍ଚଳ ର ଜଣେ ମିଲେର ଦଲାଲ ସାଜି ପଡୋଶୀ ଆନ୍ଧ୍ରା ପ୍ରଦେଶ ଶେରଗଡ଼ ଚିକିଟି ଦେଇ ଧାନ ଚାଲାଣ କରୁଥିବା ଚର୍ଚ୍ଚା ହେଲାଣି। ଏହି ମିଲର ଗତ ବର୍ଷ ଚାଷୀଙ୍କୁ ଗମ ଧାନ ବୋଲି ନାଲି ଆଖି ଦେଖାଇ ମାଡ ମାରିଥିବା ଘଟଣା ଧରାକୋଟ ଥାନାରେ ଅଭିଯୋଗ ହୋଇଥିବାର ନଜିର ରହିଛି। ସୂଚନା ଥାଉକି ଗଞ୍ଜାମ ଜିଲ୍ଲାର ମିଲର ମାନେ ଚାଷୀଙ୍କ ତଣ୍ଟି ଚିପି ସ୍ୱଳ୍ପ ଦରରେ ଧାନ କିଣି ମିଲର ମାନେ କିଛି ଦୁର୍ନୀତି ଗ୍ରସ୍ତ ଅଫିସର ଙ୍କୁ ହାତ ବାରିସୀ କରୀ ପଡୋଶୀ ରାଜ୍ୟ କୁ ଧାନ ଚୋରା ଚାଲାଣ କରୁଛନ୍ତି ଯାହାକି ଅତି ଚଢ଼ା ଦରରେ ବିକ୍ରି କରୁଛନ୍ତି l ଜିଲ୍ଲା ପ୍ରଶାସନ ସବୁ ଜାଣି ବଟି ନେଇ ଚୁପ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.