ହରିହର ହାଇସ୍କୁଲର ୧୯୮୧ ବ୍ୟାଚ୍ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଅନୁଷ୍ଠିତ

add-all

ବ୍ରହ୍ମପୁର : ସ୍ଥାନୀୟ ହରିହର ହାଇସ୍କୁଲର ୧୯୮୧ ବର୍ଷର ମେଟ୍ରିକ୍ ପାସ୍ ଛାତ୍ରଙ୍କ ପଞ୍ଚମ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମା’ ଖମ୍ବେଶ୍ଵରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୯୮୧ ବ୍ୟାଚ୍‌ର ବହୁ ପୁରାତନ ଛାତ୍ର ଯୋଗଦେଇ ଆରାଧ୍ୟା ଦେବୀ ମା’ ଖମ୍ବେଶ୍ଵରୀଙ୍କ ପୀଠରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମନ୍ଦିର ପରିସରରେ ଥିବା କଲ୍ୟାଣ ମଣ୍ଡପରେ ଏକ ଆଳାପ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ରମାନେ ଦୀର୍ଘ ୪୪ ବର୍ଷ ତଳର ପୁରୁଣା ସ୍ମୃତିକୁ ସାଉଁଟିବା ସହ ଏକ ଭାବପୂର୍ଣ୍ଣ ପରିବେଶରେ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସତ୍ୟ ନାରାୟଣ ରଥ, ଅନ୍ତର୍ଯ୍ୟାମୀ ଜେନା, ଗଜେନ୍ଦ୍ର କୁମାର ପାତ୍ର, ସୀମାଞ୍ଚଳ ସାହୁ, ସୁମନ୍ତ ସେନାପତି ଓ ରାଜେନ୍ଦ୍ର ପଟ୍ଟନାୟକ ପ୍ରମୁଖ ସଂଯୋଜନା କରିଥିଲେ। ଏଥିରେ ଲୋକନାଥ ପାଠୀ, ଡାକ୍ତର ତାରିଣୀ ଚରଣ ତ୍ରିପାଠୀ, ପି. ପ୍ରଭାକର ପାତ୍ର, ତାରାଚାନ୍ଦ ମିଶ୍ର, ଉମାଶଙ୍କର ପଣ୍ଡା, ସୁଶାନ୍ତ ବିଶ୍ଵାଳ, କିଶୋର ଚନ୍ଦ୍ର ପାଣିଗ୍ରାହୀ, ସଞ୍ଜୟ ପାଣିଗ୍ରାହୀ, ମନୋରଞ୍ଜନ ଆଚାର୍ଯ୍ୟ, ପି. ରବୀନ୍ଦ୍ର ପାତ୍ର, ହିମାଂଶୁ ପାଢ଼ୀ, କେ. ତିରୁପତି ବାଲାଜୀ ପାତ୍ର, କେ. ନାଗେଶ୍ଵର ସେନାପତି, କେ. ଦୁର୍ଗା ପ୍ରସାଦ ଆଚାରି ଓ ପ୍ରସନ୍ନ ପାଣିଗ୍ରାହିଙ୍କ ସମେତ ୭୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ର ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ବନ୍ଧୁ ନିଜର ପୁରାତନ ଶିକ୍ଷାନୁଷ୍ଠାନ ହରିହର ହାଇସ୍କୁଲ ପରିଦର୍ଶନ କରିବା ସହ ବିଦ୍ୟାଳୟର ବର୍ତ୍ତମାନର ପରିବେଶ ଓ ସ୍ଥିତି ଅନୁଧ୍ୟାନ କରିଥିଲେ।

ad-week
Leave A Reply

Your email address will not be published.