
ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସହିଦନଗର ଅଞ୍ଚଳର ଏକ ହୋଟେଲରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ ଓ ମୁକୁନ୍ଦପ୍ରସାଦର ସାହିଲ ଖାଁ ।
ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଡେଟିଂ ଆଳରେ ପୀଡ଼ିତାଙ୍କୁ ରାଜଧାନୀ ଡକାଇଥିଲା ପୁରୁଷବନ୍ଧୁ । ପରେ ପୀଡ଼ିତାଙ୍କୁ ନିଜର ଜଣେ ବନ୍ଧୁଙ୍କ ସହ ପରିଚିତ କରାଇଥିଲେ । ହୋଟେଲକୁ ଆଣି ୨ ବନ୍ଧୁ ଗଣଦୁଷ୍କର୍ମ କରିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଭିଯୋଗ ଓ ସିସିଟିଭି ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି । ମାମଲାରେ କମିଶନରେଟ ପୋଲିସର ତନାଘନା ଜାରି ରହିଛି ।