
ମହାକାଳପଡ଼ା : ସରକାରୀ ଜମିରେ ଧାନ କଟାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ । ୨ ଗୋଷ୍ଠୀ ମଧ୍ୟରେ ଚାଲିଛି ମୁହାଁମୁହିଁ ପରିସ୍ଥିତି । ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଧାରା ଜାରି କରାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛିଲା ଗାଁର କିଛି ବଙ୍ଗୀୟ ଭାଗ ଚାଷୀ ଅନେକ ବର୍ଷ ହେବ ଚାଷ କରି ପରିବାର ପ୍ରତି ପୋଷଣ କରୁଥିଲେ। ଏବେ ସେହି ଜମିକୁ କିଛି ବ୍ୟକ୍ତି କିଣିଛନ୍ତି ବୋଲି ପ୍ରଶାସନ ତରଫରୁ ନୋଟିସ ଲଗାଯାଇଛି । ତେବେ ଭାଗ ଚାଷୀମାନେ ଜମିରୁ ଧାନ କାଟୁଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଁଚି ଚାଷୀଙ୍କୁ ଧାନ କାଟିବାକୁ ବାରଣ କରିଥିଲେ । ଚାଷୀମାନେ ଏହାକୁ ଖାତିର ନକରି ଧାନ କାଟିଥିଲେ । ପୋଲିସ ବୁଝାସୁଝା ପରେ ମଧ୍ୟ ଚାଷୀମାନେ ନଶୁଣିବାରୁ ଘଟଣାସ୍ଥଳରେ ଗଣ୍ଡଗୋଳ ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ BNS ୧୬୩ ଧାରା ଜାରି କରାଯାଇଛି ।