
ରେଢ଼ାଖୋଲ: ଘରୁ ନାବାଳିକଙ୍କୁ ଅପହରଣ । ଥାନାରେ ମାମଲା ରୁଜୁ । ରେଢ଼ାଖୋଲ ଥାନା ସାମସିଙ୍ଗା ଗାଁରେ ଘଟିଛି ଘଟଣା । ଘରେ ପରିବାର ଲୋକଙ୍କ ସହ ରାତିରେ ଖାଇ ପିଇ ଶୋଇଥିବା ବେଳେ କେହି ତାଙ୍କୁ ଅପରହଣ କରିନେଇଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକ ।
ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଥାନା ଚରଦା ଗାଁର ସୁବ୍ରତ କହଁର ଝିଅକୁ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକ । ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।