ସରୁ ନାହିଁ ପୂର୍ତ୍ତ ବଙ୍ଗଳା ମରାମତି କାମ, ପଦାଧିକାରୀଙ୍କୁ ମିଳୁ ନାହିଁ ବିଶ୍ରାମ ସ୍ଥଳୀ

youtube

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମାରେ ଥିବା ପୂର୍ତ୍ତ ବଙ୍ଗଳା କାର୍ଯ୍ୟ ଆରମ୍ଭ ହୋଇ ଆଜକୁ ୫ମାସ ହୋଇ ଗଲାଣି ଶେଷ ହୋଇ ପାରୁ ନାହିଁ । ମରାମତି ପାଇଁ ୩୫ ଲକ୍ଷ ଟଙ୍କା ଟେଣ୍ଡର ଆହ୍ବାନ କରାଯାଇ ଥିବା ସହ ସେପ୍ଟେମ୍ବର ମାସରେ କାର୍ଯ୍ୟାଦେଶ ଦିଆ ଯାଇ ଥିବା ନେଇ ପୂର୍ତ୍ତ ବିଭାଗ ଯନ୍ତ୍ରୀ ସୁରେନ୍ଦ୍ର ସାହୁ କହଛନ୍ତି । ଏହି ବଙ୍ଗଳା ଙ୍କୁ ଚାରି ଆଡେ଼ ଖଳା ଖଳି କରି ଛାଡ଼ି ଦିଆ ଯାଇଛି । ଦରଖଣ୍ଡିଆ ହୋଇ ପଡ଼ି ରହିଛି କାମ ସରି ପାରୁ ନାହିଁ । ଏହି ପୂର୍ତ୍ତ ବଙ୍ଗଳା ରେ କିଛି ଉଚ୍ଚ ପଦସ୍ଥ ଅଧିକାରୀ ହୁଅନ୍ତୁ କିମ୍ୱା ନେତା ମନ୍ତ୍ରୀ ଅଟକି ବିଶ୍ରାମ ନିଅନ୍ତି ।ଏହି ସମୟରେ ନିଜ ଗହଣ ରେ ସ୍ଥାନୀୟ ଲୋକେ ଏମାନଙ୍କୁ ପାଇ ସ୍ଥାନୀୟ ଲୋକ ଯାଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରି ସମାଧାନ ମଧ୍ୟ ହୁଏ । ଏବେ କିନ୍ତୁ ମରାମତି କାମ ପାଖାପାଖି ୫ ମାସ ହେଲାଣି ଚାଲି ଥିବା ହେତୁ ଏହି ସୁଯୋଗ ଅଞ୍ଚଳବାସୀଙ୍କ ହାତ ଛଡା ହେଉଛି ବୋଲି ଅଭିଯୋଗ ହେଉଛି । ଏହା ଛଡା ୩୫ଲକ୍ଷ ଟଙ୍କାର କାମ ଭଳି ଲାଗୁ ନ ଥିବା ମଧ୍ୟ ଆଲୋଚନା ହେଉଛି । ଏନେଇ ଯନ୍ତ୍ରୀ ଙ୍କ କହିବା ହେଲା ଧିରେ ଧିରେ କାମ ଚାଲିଛି ବୋଲି ଉତ୍ତର ଆସୁଛି । ଲକ୍ଷ୍ମୀପୁର ସଦମହକୁମାରେ ଏଭଳି କାମ ଚାଲି ଥିବା ଦେଖି ନିଶ୍ଚିତ ଭାବେ ଏକ ଦୁର୍ଭାଗ୍ୟଜନକ କଥା । ବର୍ତ୍ତମାନ କୋରାପୁଟ ଜିଲ୍ଲା ସଦମହକୁମା ରେ ଜାତୀୟ ସ୍ତରୀୟ ପରବ ଚାଲିଛି । ଲକ୍ଷ୍ମୀପୁର ଦେଇ ଯାଇ ଥିବା ୩୨୬ ତମ ଜାତୀୟ ରାଜପଥ ଦେଇ ଅନେକ ନେତା ମନ୍ତ୍ରୀ ଯିବା ଆସିବା କଲେଣି । ଏଠାରେ ଆଇବି ବଙ୍ଗଳା ମରାମତି ଚାଲି ଥିବା ହେତୁ ଆଉ ନେତା ମନ୍ତ୍ରୀ ଅଟକୁ ନାହାଁନ୍ତି ଯାହାଫଳରେ କି ଦଳୀୟ କର୍ମୀ ହୁଅନ୍ତୁ କିମ୍ଵା ସାଧାରଣ ଲୋକ ସାକ୍ଷାତ କରି ସମସ୍ୟା ଉପସ୍ଥାପନ କରିବା ସୁଯୋଗ ହାତ ଛଡ଼ା ହେଉଛି ଅଭିଯୋଗ କରୁଛନ୍ତି । ତେଣୁ ଏହା ଉପରେ ନିଶ୍ଚିତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ ହୋଇ ଠିକ ଦିଷାରେ କାମ କରିବାକୁ ନିର୍ଦ୍ଧେଶ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ୩୫ ଲକ୍ଷ ଟଙ୍କା ର କାମ କିଛି ସେଭଳି ଆଖିକୁ ଦେଖା ମଧ୍ୟ ଯାଉ ନ ଥିବା ହେତୁ ଏହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି । ତେଣୁ ଦାୟିତ୍ୱ ତୁଳାଉ ଥିବା ଯନ୍ତ୍ରୀ ଏହା ଉପରେ ଠିକ ରୁପେ ନିଜ ଦାୟିତ୍ଵ ନିର୍ବାହ କରିବା କଥା ନଚେତ ନିଶ୍ଚିତ ଭାବେ ଆଗକୁ ଅନେକ ଅଭିଯୋଗ କରିବାକୁ ପ୍ରସ୍ତୁତ ହେଉ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.