
ନୂଆଦିଲ୍ଲୀ: ମାନବ ମିଶନ ଆଡ଼କୁ ଆଉ ପାଦେ ଅଗ୍ରସର ଭାରତ । ସଫଳତାର ସହ ଡ୍ରୋଗ ପାରସୁଟ୍ ଡିପ୍ଳଏମେଣ୍ଟ କ୍ବାଲିଫିକେସନ ଟେଷ୍ଟ କଲା ଇସ୍ରୋ । ଗଗନାୟନ କ୍ରିୟୁ ମଡ୍ୟୁଲ ପାଇଁ ଏହି ପରୀକ୍ଷା । ସଫଳତାର ସହ ଚଣ୍ଡିଗଡ଼ RTRS କେନ୍ଦ୍ରରେ ପରୀକ୍ଷା କରିଛି ଇସ୍ରୋ ।
ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ । ୪ ପ୍ରକାରର ୧୦ଟି ପାରସୁଟ ଏହି ଟେଷ୍ଟରେ ସାମିଲ ହୋଇଥିଲା । ଏହି ସଫଳତା ଭାରତର ମାନବ ମିଶନ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ବୋଲି କୁହାଯାଉଛି । ୨୦୨୭ରେ ଗଗନାୟନ ଲକ୍ଷ୍ୟ ରଖିଛି ଇସ୍ରୋ ।