VB G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

youtube

ନୂଆଦିଲ୍ଲୀ: ଇତିହାସ ପାଲଟିଲା ମନରେଗା ।  VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ।  ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଆଇନରେ ପରିଣତ ହୋଇଛି VB G RAM G ।  ନୂଆ ଆଇନରେ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୨୫ଦିନ ଶ୍ରମ ଦିବସ ଗ୍ୟାରେଣ୍ଟି ମିଳିବ । ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟର ସହଭାଗିତା ୬୦:୪୦ ଅନୁପାତ ରହିବ ।

ଯଦି ଧାର୍ଯ୍ୟ ବଜେଟ୍ ରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ, ତେବେ ମନରେଗାରେ କେନ୍ଦ୍ର ସରକାର ଟଙ୍କା ଦେଉଥିଲେ ।  ନୂଆ ବିଲ୍ ରେ ଅତିରିକ୍ତ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡ଼ିବ।  ଜାଲିଆତି ରୋକିବା ପାଇଁ ନୂଆ ବିଲରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଜିପିଏସ୍ (GPS) ଏବଂ ଆଧାର ସଂଯୋଗ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ଲାଗୁ ହେବ ।

ନୂଆ ଆଇନରେ ଗ୍ରାମୀଣ ଭିତ୍ତିଭୂମି ଓ ପରିବେଶ ସୁରକ୍ଷା ପାଇଁ ଦୀର୍ଘସ୍ଥାୟୀ ସମ୍ପତ୍ତି ତିଆରି ଉପରେ ଗୁରୁତ୍ୱ ଦିଆଯିବ।  ଗତ ୧୮ତାରିଖରେ ଭିବିଜିରାମଜି ବିଧେୟକ- ୨୦୨୫ ଲୋକସଭାରେ ଓ ୧୯ରେ ରାଜ୍ୟସଭାରେ ପାରିତ ହୋଇଥିଲା ।  ତେବେ ମହାତ୍ମାଗାନ୍ଧୀଙ୍କ ନାମ ହଟାଇବା ନେଇ ବିରୋଧୀ ଦଳ ଏହାକୁ ପ୍ରବଳ ପ୍ରତିବାଦ କରିଛନ୍ତି ।

Leave A Reply

Your email address will not be published.