ମହାବୀର ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ଗ୍ରାମ ପଞ୍ଚାୟତର ରତ୍ନପୁର ସାହି ସ୍ଥିତ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବଙ୍କ ମଠ ପରିସରରେ ରାଜସୁନାଖଳାର ଏକ ଅଗ୍ରଣୀ ସଂଗଠନ ମହାବୀର ବରିଷ୍ଠ ନାଗରିକ ସଙ୍ଘର ସପ୍ତମ ବାର୍ଷିକ ଉତ୍ସବ ପାଇଁ ଏକ ସାଧାରଣ ଅଧିବେଶନ ତଥା ପ୍ରସ୍ତୁତି ବୈଠକ ସଙ୍ଘର ଉଦ୍ୟୋକ୍ତା ମଦନ ମୋହନ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସଙ୍ଘର ସଭାପତି ତଥା ବିଶିଷ୍ଟ ଶିଳ୍ପପତି ସର୍ବେଶ୍ୱର ସାହୁ, କାର୍ଯ୍ୟକାରୀ ସଭାପତି ଶିଶିର କୁମାର ସାହୁ ,ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ଙ୍କ ସମେତ ରାଜସୁନାଖଳାର ବହୁ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ । ଏହି ସଂଘ ରାଜସୁନାଖଳା ତଥା ଏହାର ଆଖପାଖ ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କ ପାଇଁ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ବରିଷ୍ଠ ନାଗରିକ ମାନଙ୍କୁ ମିଳୁଥିବା ସମସ୍ତ ସରକାରୀ ସହାୟତା କିଭଳି ଭାବରେ ସୁଚାରୁ ରୁପେ ପହଞ୍ଚି ପାରିବ ସେ ଦିଗରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରିଥାଏ।
ପ୍ରତ୍ୟେକ ବର୍ଷ ସଂଘର ସମସ୍ତ ନୂତନ ସଦସ୍ୟ ମାନଙ୍କୁ ଏହି ସଂଘ ମାଧ୍ୟମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥାଏ। ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ କିପରି ସୂଚାରୁ ରୁପେ ବାର୍ଷିକ ଉତ୍ସବ ପାଳିତ ହେବ ଏବଂ ନୂତନ ସଦସ୍ୟତା ଗ୍ରହଣ କରାଯିବ ଏହି ବିଷୟରେ ବିଶଦ ଆଲୋଚନା କରାଯାଇଥିଲା ।

ad-week
Leave A Reply

Your email address will not be published.