ଅଣ୍ଡା ଦର ବୃଦ୍ଧି ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ବଣ୍ଟନ ବନ୍ଦ….! ବଜାର ରେ ଅଣ୍ଡା ପ୍ରତି ୯ ଟଙ୍କା ଦରରେ ବିକ୍ରି !

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ଅଙ୍ଗନବାଡି ବାଡ଼ି କେନ୍ଦ୍ରରେ ଅଣ୍ଡା ବଣ୍ଟନ ବନ୍ଦ ରହିଛି। ଡ଼ବଲ ଇଞ୍ଜିନ ଆସିବା ପରେ ଅଙ୍ଗନବାଡି କେନ୍ଦ୍ରରେ କିଶୋରୀ ବାଳିକା ମାନଙ୍କ ପାଇଁ ଯୋଗାଇ ଦିଆ ଯାଉଥିବା ଅଣ୍ଡାର ପ୍ରାପ୍ୟ ଦୀର୍ଘ ମାସ ହେଲା ଅର୍ଥ ଆସୁନାହିଁ। ଏହାର ଆଳ ସାଙ୍ଗକୁ ଅଣ୍ଡା ଦର ବୃଦ୍ଧି ଯୋଗୁଁ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ବଣ୍ଟନ ବନ୍ଦ ଥିବା ଯୋଗୁଁ ଆସିକା ଅଞ୍ଚଳ ରେ କିଛି ଅଙ୍ଗନବାଡି କେନ୍ଦ୍ରକୁ ପିଲା ଆସୁଥିବା ଦେଖିବାକୁ ମିଳିଛି। ଜିଲ୍ଲାର ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ସମସ୍ୟା ମଧ୍ୟରେ ଅବ୍ୟବସ୍ଥା ଲାଗିରହିଛି। ସରକାଙ୍କ ପକ୍ଷରୁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଅଣ୍ଡା ପାଇଁ ଯେଉଁ ଅର୍ଥ ପ୍ରଦାନ କରୁଛନ୍ତି, ସେ ଅର୍ଥ ଠାରୁ ବଜାର ରେ ଅଣ୍ଡା ଦର ବୃଦ୍ଧି ହୋଇଛି।

ପୁଷ୍ଟିକର ଖାଦ୍ୟ ପାଇଁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଦିଆଯାଉଛି। ଅଣ୍ଡା ଦର ବୃଦ୍ଧି ଯୋଗୁଁ ପୂର୍ବରୁ କିଛି ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ବଦଳରେ ହିତାଧିକାରୀ ମାନଙ୍କୁ ସ୍ୱଳ୍ପ ଟଙ୍କା ଦିଆ ଯାଉଥିବାର ନଜିର ରହିଛି। ଗତ ସରକାର ସମୟରେ ଥିବା ଅଧିକାଂଶ ଯୋଜନା ରେ କାଟ ଛାଣ୍ଟ ହେବା ସହ ଅର୍ଥ ଠିକ ଭାବେ ବିଭିନ୍ନ ବିଭାଗ କୁ ଆସୁନଥିବା ଚର୍ଚ୍ଚା ହେଲାଣି। ଅଣ୍ଡା ପାଇବାରୁ ଅଙ୍ଗନବାଡି କେନ୍ଦ୍ରର କିଶୋରୀ ଓ ଅନ୍ୟ ହିତାଧିକାରୀ ମାନେ ବଞ୍ଚିତ ହୋଇଛନ୍ତି। ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ସଚେତନ ମହଲ ରୁ ଦାବୀ ହେଉଛି।

ad-week
Leave A Reply

Your email address will not be published.