ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

youtube

ବ୍ରହ୍ମପୁର: ସୋମବାର ଦିନ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟ ପରିସରରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଅନୁଷ୍ଠିତ ଉତ୍ସବର ପ୍ରଥମ ଦିନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଦ୍ଵିତୀୟ ଦିନ ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଅଧକ୍ଷ ପ୍ରମୋଦ କୁମାର ବେହେରା ଉଦଘାଟିତ କରି ବାର୍ଷିକ ବିବରଣୀ ପାଠ କରିଥିବାବେଳେ ମୁଖ୍ୟଅତିଥି ଭାବେ ଶଶୀଭୂଷଣ ରଥ ସରକାରୀ ବାଳିକା ମହାବିଦ୍ୟାଳୟ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ ଭବାନୀ ମହାରଣା ଯୋଗଦେଇଥିଲେ। ମୁଖ୍ୟବକ୍ତା ରୂପେ ଉକ୍ତ ମହାବିଦ୍ୟାଳୟର ଉଦଭିଦ୍ ବିଜ୍ଞାନ ଆସିଷ୍ଟାଣ୍ଟ ପ୍ରଫେସର ଡ ଭାଗିରଥି କାଣ୍ଡି ଯୋଗଦେଇ ବିଭିନ୍ନ ବିଭାଗରେ କୃତିତ୍ୟ ଲାଭ କରି ଜଣେ ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଖେଳ ମଶାଲ୍ କୁ ସ୍କୁଲର ଜାତୀୟ ନେଟବଲ୍ ଖେଳାଳି ଅର୍ପିତା କାଣ୍ଡି ଆଣିଥିବା ବେଳେ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଶିକ୍ଷକ ରଞ୍ଜିତ ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା, ଏକାଡେମୀ, ସି ସି ଏ ର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ବିଦ୍ୟାଳୟ ଉପାଧ୍ୟକ୍ଷା ସ୍ମିତାବାଳା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ଖେଳ ଶିକ୍ଷକ ପିଣ୍ଟୁ ବେହେରାଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.