
ମାଲକାନଗିରି : ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଦିବସୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବେଦବର ପ୍ରଧାନ, ଓ.ପ୍ରା.ସେ. (ଏସ୍) ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ମହୋଦୟ ତାଙ୍କ ଅଭିଭାଷଣରେ କହିଥିଲେ ଯେ ବିଭିନ୍ନ ବିଭାଗୀୟ ପ୍ରକଳ୍ପଗୁଡ଼ିକ ଦୀର୍ଘସ୍ଥାୟୀ ହୋଇପାରିଲେ ଆମେ ନିରନ୍ତର ବିକାଶର ଲକ୍ଷ୍ୟ-୨୦୩୦ ହାସଲ କରିପାରିବା ।
ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ପ୍ରଶିକ୍ଷଣରୁ ଶିକ୍ଷାଲାଭ କରିଥିବା ବିଭିନ୍ନ ବିଷୟର ପ୍ରକଳ୍ପଗୁଡ଼ିକୁ ତାଙ୍କ ଅଞ୍ଚଳରେ କାର୍ଯ୍ୟକ୍ଷମ କରିବା ପାଇଁ ସେ ଚେଷ୍ଟିତ ହେବେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ ଗୋଲକ ଚନ୍ଦ୍ର ଦଳାଇ, ଉପ-ନିର୍ଦେଶକ (ଯୋଜନା ଓ ପରିସଂଖ୍ୟାନ), ଶ୍ରୀ ସରୋଜ କୁମାର ଦାଶ, ଶ୍ରୀ ରାଜାରାମ ମଲ୍ଲିକ, ଶ୍ରୀ ହିମାଂଶୁ ଭୂଷଣ ମହାରଣା, ଶ୍ରୀ ଧନପତି ଇନ୍ଦ୍ରଜିତ, ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଏବଂ ଶ୍ରୀ ସୁବ୍ରତ ମହାରଣା, ଶ୍ରୀ ସୂର୍ଯ୍ୟକାନ୍ତ ମଲ୍ଲିକ୍, ଶ୍ରୀମତୀ ସୁଚିତ୍ରା ମାଝି, ଶ୍ରୀମତୀ ସସ୍ମିତା ସିଂ, ଲକ୍ଷ୍ମୀଧର ବାଗ ଓ ଅନ୍ୟାନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପୁନଶ୍ଚ, ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜନପ୍ରତିନିଧି, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସହ-ଅଧିକାରୀ, ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ/ଅଧ୍ୟାପକ ବୃନ୍ଦ ଓ ସ୍ଵେଚ୍ଛାସେବୀ ସଂଗଠନଗୁଡିକର କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ ।