ଓଡ଼ଗାଁ ବ୍ଲକ ଏବଂ ତହସିଲ ଦ୍ଵାରା ସୁଶାସନ ସପ୍ତାହ ପାଳନ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟ ତରଫରୁ ସୁଶାସନ ସପ୍ତାହ ପାଳନ ଅବସରରେ ପଡି ରହିଥିବା ବିଚାରାଧୀନ କାର୍ଯ୍ୟ ଗୁଡ଼ିକର ଫଇସଲା କରିବା ନିମନ୍ତେ ଲକ୍ଷ୍ୟ ରଖିଥିବା ବେଳେ କର୍ମଚାରୀ ମାନେ ଅଭିଯୋଗକାରୀ ଙ୍କ ଅଭିଯୋଗ ସମାଧାନ ନିମନ୍ତେ କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି ।ଡିସେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସପ୍ତାହ ମଧ୍ୟରେ ବ୍ଲକ ଅଧିନସ୍ଥ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ଅନ୍ୟ କ୍ଷେତ୍ରୀୟ କର୍ମଚାରୀ ମାନେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ପ୍ରକାର ଭତ୍ତା, ଆବାସ ଯୋଜନା, ରାସନ କାର୍ଡ, ନରେଗା, ଜୀବିକା ମିଶନ, ସମନ୍ୱିତ ଶିଶୁ ବିକାଶ, ପାନୀୟ ଜଳ ଯୋଗାଣ, କୃଷି ଓ ଅନ୍ୟାନ୍ୟ ବିଭାଗର ଅଟକିଥିବା ବିକାଶ ମୂଳକ ଏବଂ ନିର୍ମାଣାଧୀନ କାର୍ଯ୍ୟ ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା ବେଳେ ତହସିଲ କାର୍ଯ୍ୟାଳୟ ତରଫରୁ ଅନୁରୂପ ଉଦ୍ୟମ କରାଯାଇଛି ।ରାଜସ୍ବ ନୀରିକ୍ଷକ ଏବଂ ଅନ୍ୟ କ୍ଷେତ୍ରୀୟ କର୍ମଚାରୀ ମାନେ ଗାଁ କୁ ଗାଁ ଏବଂ ଘରକୁ ଘର ବୁଲି ଭୂମିହୀନ ଓ ବାସହୀନ ହିତାଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଥିବା ବେଳେ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରି ଭୂମି ଯୋଗାଇ ଦେବାକୁ ସରକାରଙ୍କ ତରଫରୁ ବନ୍ଦୋବସ୍ତ କରାଯିବ ।ମୃତକଙ୍କ ନାମରେ ଥିବା ଜାଗା ବାଡ଼ିକୁ ସେମାନଙ୍କ ନାମରୁ କାଟି ପରବର୍ତ୍ତୀ ବଂଶଧର ମାନଙ୍କ ନାମରେ ରେକର୍ଡ କରାଯିବା କାମ ଚାଲୁ ରହିଛି । ଅନ୍ୟପକ୍ଷରେ ଜନ ଶୁଣାଣି ବେଳେ ଆସିଥିବା ଅଭିଯୋଗ ଗୁଡ଼ିକର ତ୍ଵରିତ ସମାଧାନ ପାଇଁ ଏବଂ ଦାଖଲ ଖାରଜ,କିସମ ପରିବର୍ତ୍ତନ , ରେକର୍ଡ ଧାରିଙ୍କ ନାମରେ ଥିବା ଜମି ଗୁଡ଼ିକର ପୃଥକ କରଣ ଇତ୍ୟାଦି ପ୍ରକ୍ରିୟା ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଥିବା ବ୍ଲକ ଓ ତହସିଲ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.