ଦାରିଙ୍ଗବାଡି ଶୀତ ମହୋତ୍ସବରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ପାଇଁ ସମ୍ମତି ପ୍ରକାଶ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ର ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବାକୁ ସହମତି ପ୍ରକାଶ କରିଥିଲେ । ଦାରିଙ୍ଗବାଡି ଶୀତ ମହୋତ୍ସବ କମିଟି ପକ୍ଷରୁ ବୁଧବାର ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭେଟି ଏହି ମହୋତ୍ସବରେ ଯୋଗଦାନ କରିବାକୁ ନିମନ୍ତ୍ରଣ କରାଯାଇଛି । ସେ ଖୁବ ଶୀଘ୍ର ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କମିଟିକୁ ସୂଚନା ଦିଆଯିବ ବୋଲି କୁହାଯାଇଛି । ଦାରିଙ୍ଗବାଡିର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଶୀତ ମହୋତ୍ସବର ଆବଶ୍ୟକତା ଓ ପର୍ଯ୍ୟଟନକ୍ଷେତ୍ରର ଆହୁରି ବିକାଶ କରାଯିବା ପାଇଁ କମିଟି ମନ୍ତ୍ରୀ ପ୍ରଭାତୀ ପାତିଡ଼ାଙ୍କୁ ନିବେଦନ କରିଛନ୍ତି ।

ଶୀତ ମହୋତ୍ସବ କମିଟିର ନିମନ୍ତ୍ରଣ ପତ୍ରକୁ ମନ୍ତ୍ରୀ ଗ୍ରହଣ କାଟିଥିବାରୁ କମିଟି ପକ୍ଷରୁ ତାଙ୍କୁ ସାଧୁବାଦ ଦିଆଯାଇଛି । ସୂଚନା ଯୋଗ୍ୟଯେ ପୁର୍ବରୁ ବିଧାନସଭାର ବାଚସ୍ପତି ସୁରମା ପାଢ଼ି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଖାଉଟି କଲ୍ୟାଣ ଯୋଗାଣ ଓ ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିମନ୍ତ୍ରଣ ଗ୍ରହଣ କରି ଆସିବାକୁ ସମ୍ମତି ପ୍ରକାଶ କରିଛନ୍ତି । ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥ, ଭାଜପା ମଣ୍ଡଳ ସଭାପତି ମିଟୁ ସାହୁ, ଜିଲ୍ଲା ସମ୍ପାଦକ ସନ୍ତୋଷ ସାହୁ, ବଣିକ ସଙ୍ଘ ଉପସଭାପତି ଦିଲୀପ ସାହୁ, ବରିଷ୍ଠ ନାଗରିକ ମଞ୍ଚ ର ସମ୍ପାଦକ ପତିତପାବନ ରାଉତ, ରଞ୍ଜିତ ସେନାପତି,ସୁବାଷ ସାହୁ, ରଞ୍ଜନ ସାହୁ ପ୍ରମୁଖ ଭୁବନେଶ୍ୱର ଯାଇ ସମସ୍ତ ମନ୍ତ୍ରୀ ସ୍ତରୀୟ ନିମନ୍ତ୍ରଣ ପତ୍ର ପ୍ରଦାନ କରି ଥିବା ଜଣାପଡିଛି ।

ad-week
Leave A Reply

Your email address will not be published.