ସୋସିଆଲ ମିଡିଆ ବ୍ୟବହାର କରିବାକୁ ଯବାନଙ୍କୁ ଅନୁମତି ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ

add-all

ନୂଆଦିଲ୍ଲୀ: ୨୦୨୬ ନୂତନ ବର୍ଷ ଭାରତୀୟ ସେନା ପାଇଁ ଖୁସି ଖବର ନେଇ ଆସୁଛି। ସୁରକ୍ଷା କାରଣରୁ ସାମାଜିକ ଜଗତରୁ ଦୂରରେ ଥିବା ଦେଶସେବା କରୁଥିବା ସୈନିକମାନେ ଏବେ ସାମାଜିକ ରହିପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ସେନା ସୈନିକମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁମତି ଦେଇଛି। ଗଲୱାନ ଉପତ୍ୟକାରେ ବିବାଦ ପରେ ସୈନିକମାନଙ୍କ ପାଇଁ ସୋସିଆଲ ମିଡିଆକୁ ନିଷେଧ କରାଯାଇଥିଲା।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଦିଆଯାଇଥିବା ଏକ ସୂଚନା ଅନୁଯାୟୀ, ଏବେ ସୈନିକ ଏବଂ ଅଧିକାରୀମାନଙ୍କୁ ସୋସିଆଲ ମିଡିଆ ଅର୍ଥାତ୍ ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ଦେଖିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। କିନ୍ତୁ ଏଥିରେ ଏକ ସର୍ତ୍ତ ମଧ୍ୟ ଲଗାଯାଇଛି । ଯେ ସେମାନେ କେବଳ ସୋସିଆଲ ମିଡିଆ ଦେଖିପାରିବେ, କିନ୍ତୁ ସେମାନେ କିଛି ସେୟାର କରିବେ ନାହିଁ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୦ରେ ନିୟନ୍ତ୍ରଣ ରେଖା (LAC)ରେ ଥିବା ଗାଲୱାନ ଉପତ୍ୟକାରେ ଚୀନ୍ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ଏକ ସଂଘର୍ଷ ଘଟିଥିଲା। ଏହା ୪୫ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ସଂଘର୍ଷ ଥିଲା। ଏହି ସଂଘର୍ଷରେ ଅନେକ ଚୀନ୍ ସୈନିକଙ୍କ ସହିତ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ।

ସେହି ସମୟରେ, ପ୍ରତିରକ୍ଷା ମନ୍ତ୍ରଣାଳୟ ସୈନିକମାନଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବାକୁ ନିଷେଧ କରିଥିଲା। ପରବର୍ତ୍ତୀ ସମୟରେ, ଅପରେସନ୍ ସିନ୍ଦୁର ପରେ ସୋସିଆଲ ମିଡିଆ ଏବଂ ଲାଇଭ୍ ଷ୍ଟ୍ରିମିଂକୁ ମଧ୍ୟ ନିଷେଧ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ତା’ପରେ ସମସ୍ତ କର୍ମଚାରୀଙ୍କୁ ସୋସିଆଲ ମିଡିଆ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ନିଷେଧ କରିଥିଲା।

ad-week
Leave A Reply

Your email address will not be published.