୧୭ ବର୍ଷ ପରେ ବାଂଲାଦେଶ ଫେରିଲେ ତାରିକ ରେହମାନ; ଫେବୃଆରୀରେ ନିର୍ବାଚନରେ ହେବେ ସାମିଲ !

youtube

ବାଂଲାଦେଶ: ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିଆଉର ରେହମାନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ବଡ଼ ପୁଅ ତାରିକ ରେହମାନ ପ୍ରାୟ ୧୭ବର୍ଷ ବିଦେଶରେ ରହିବା ପରେ ନିଜ ଦେଶକୁ ଫେରିଛନ୍ତି । ଶତାଧିକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସମର୍ଥକ ଢାକା ବିମାନବନ୍ଦରରେ ରେହମାନ ଏବଂ ତାଙ୍କ ପରିବାରକୁ ସ୍ୱାଗତ କରିଥିଲେ । ରେହମାନ ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ଅଂଶଗ୍ରହଣ ହେବେ ବୋଲି ଆଶା କରାଯାଉଛି ।

୨୦୦୮ ମସିହାରୁ ରେହମାନ ଲଣ୍ଡନରେ ରହୁଛନ୍ତି । କାରଣ ସେ ବାଂଲାଦେଶରେ ଅନେକ ଅପରାଧିକ ମାମଲାର ସମ୍ମୁଖୀନ ହୋଇଥିଲେ । ମନି ଲଣ୍ଡରିଂ ଏବଂ ହାସିନାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ସହିତ ଜଡିତ ଏକ ମାମଲାରେ ସାମିଲ ଥିଲେ ରେହମାନ । ହାସିନାଙ୍କୁ ହଟାଇବା ପରେ ରେହମାନଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରାଯାଇଛି । ସେପ୍ଟେମ୍ବର ୨୦୦୮ ରେ ବାଂଲାଦେଶ ଛାଡିବା ପରେ ଲଣ୍ଡନରେ ରହିଥିଲେ। ଡିସେମ୍ବର ୨୦୦୯ ରେ, ସେ ଢାକାରେ ଅନୁଷ୍ଠିତ ବିଏନପିର ୫ମ ଜାତୀୟ ପରିଷଦରେ ବରିଷ୍ଠ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ବିଦେଶରେ ରହି ସେ ଦଳକୁ ନେତୃତ୍ୱ ଦେଇଥିଲେ । ୟୁକେ କମ୍ପାନୀ ହାଉସରେ ଦାଖଲ ହୋଇଥିବା ସଂସ୍ଥାର ଦସ୍ତାବିଜ ଦର୍ଶାଉଛି ଯେ ସେ ତାଙ୍କ ଜାତୀୟତାକୁ ବ୍ରିଟିଶ ଭାବରେ ତାଲିକାଭୁକ୍ତ କରିଥିଲେ । ପରେ ୨୦୧୬ ରେ ସେ କାଗଜପତ୍ର ସଂଶୋଧନ କରି ତାଙ୍କର ଜାତୀୟତାକୁ ବାଂଲାଦେଶୀ ଭାବରେ ଘୋଷଣା କରିଥିଲେ । ହାସିନାଙ୍କୁ କ୍ଷମତାଚ୍ୟୁତ କରିଥିବା ଯୁବ ପ୍ରତିବାଦ ଆନ୍ଦୋଳନରୁ ଉଭା ହୋଇଥିବା ନ୍ୟାସନାଲ ସିଟିଜେନ ପାର୍ଟି (ଏନସିପି) କହିଛି ଯେ ଏହା ରେହମାନଙ୍କ ପ୍ରତ୍ୟାବର୍ତ୍ତନକୁ ସକାରାତ୍ମକ ଭାବରେ ଦେଖୁଛି ।

୨୦୨୪ ମସିହାରେ ହସିନା ସରକାରଙ୍କ ପତନ ପରେ, ତାଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ହେବା ପରେ ତାରିକ ବାଂଲାଦେଶ ଫେରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସଂସ୍କାର ପ୍ରକ୍ରିୟାକୁ ସମର୍ଥନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ରେହମାନଙ୍କ ବାଂଲାଦେଶ ଫେରିବା ବେଳେ ବିଏନପି ସମର୍ଥକ ଏବଂ ଦଳୀୟ କର୍ମୀ ବିମାନବନ୍ଦର ଅଭିମୁଖେ ପଦଯାତ୍ରା କରିଥିଲେ । ୫୦ ଲକ୍ଷରୁ ଅଧିକ ସମର୍ଥକ ତାଙ୍କ ସ୍ୱାଗତ ପାଇଁ ସମାବେଶରେ ଯୋଗ ଦେଇଥିଲେ । ପୂର୍ବରୁ, ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ତାଙ୍କ ପତ୍ନୀ ଜୁବୈଦା ରେହମାନ ଏବଂ ଝିଅ ଜାଇମା ରେହମାନଙ୍କ ସହିତ ଢାକା ଅଭିମୁଖେ ଯାତ୍ରା କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.