
ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମେଟ୍ରୋରେ ବୁଲି ଯାତ୍ରୀଙ୍କ ସମସ୍ୟା ବୁଝିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଅଟଳ କ୍ୟାଣ୍ଟିନ୍ ର ଉଦଘାଟନ ପରେ ମେଟ୍ରୋରେ ବୋଲିଥିଲେ ଶ୍ରୀମତୀ ଗୁପ୍ତା ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରି ଯାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ଅବସରରେ ଦିଲ୍ଲୀରେ “ଅଟଳ କ୍ୟାଣ୍ଟିନ୍” ଉଦଘାଟନ କରିଥିଲେ ଶ୍ରୀମତୀ ଗୁପ୍ତା । ଉଦ୍ଘାଟନ ପରେ ସେ ମେଟ୍ରୋରେ ଯାତ୍ରା କରିଥିଲେ । ସେ ଦିଲ୍ଲୀ ଗେଟ୍ ରୁ ଲାଜପତ ନଗର ଯାତ୍ରା କରିଥିଲେ । ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ସେ ଯାତ୍ରୀମାନଙ୍କ ସହିତ ଆଲୋଚନା କରୁଥିବା ଏବଂ ସେମାନଙ୍କ ସହିତ ଫଟୋ ଉଠାଇଥିବାର ଦେଖାଯାଉଛି ।
ଦିଲ୍ଲୀରେ ୧୦୦ଟି ସ୍ଥାନରେ ଅଟଳ କ୍ୟାଣ୍ଟିନ ଶୁଭାରମ୍ଭ କରିଛନ୍ତି ଶ୍ରୀମତୀ ଗୁପ୍ତ । ପ୍ରତି ଭୋଜନର ମୂଲ୍ୟ ୫ଟଙ୍କା ରହିଛି । ୨୦୨୫ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ଏହାର ନିର୍ବାଚନ ଇସ୍ତାହାରରେ ଅଟଳ କ୍ୟାଣ୍ଟିନ୍ ପ୍ରତିଶୃତି ଦେଇଥିଲା । ବଜେଟରେ ଏଥିପାଇଁ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା।