ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

newyr25

ନୟାଗଡ଼ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ତାରିଆ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହୁ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଶିକ୍ଷା, ସଂସ୍କୃତି ଓ ସୃଜନଶୀଳତାର ସମନ୍ବୟରେ ଏହି ଉତ୍ସବ ଅଞ୍ଚଳବାସୀ ମାନଙ୍କୁ ଆକର୍ଷିତ କରିଥିଲା। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କୁ ଶିକ୍ଷା ସହ ନୈତିକ ମୂଲ୍ୟବୋଧ ଓ ସଂସ୍କାର ମୂଳକ ଜୀବନ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ମୂଖ୍ୟ ବକ୍ତା ଭାବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ ଶିକ୍ଷାର ଗୁଣମାନ ଉନ୍ନତି ଓ ଚ୍ଛାତ୍ରିଛାତ୍ରଙ୍କ ସମଗ୍ର ବିକାଶ ଉପରେ ଗୁରୁତ୍ବ ଦେଇଥିଲେ ।

ସମ୍ମାନୀତ ଅତିଥି ଭାବେ ରଣପୁର ଏନ.ପି.ଏସ୍ ଶିକ୍ଷକ ସଂଘର ସଭାପତି ଜ୍ୟୋତି ରଞ୍ଜନ କର ,ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ , ନରସିଂହପୁର କ୍ଳଷ୍ଟର ସି.ଆର.ସି.ସି ସୁଶୀଲ କୁମାର ରଣା , ଖଇରପଲ୍ଲୀ ସି.ଆର.ସି.ସି ଅଶୋକ କୁମାର ବେହେରା, ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ରାଉତ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ସାମନ୍ତରାୟ, ଶିକ୍ଷାବିତ୍ ରାମଚନ୍ଦ୍ର ଷଣ୍ଢ ଓ ଭିକାରୀ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲେଶ୍ୱର ପରିଡ଼ା ବାର୍ଷିକ କାର୍ଯ୍ଯ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ସୁଧାକର ସେଠୀ ସୂଚାରୁ ରୁପେ ମଞ୍ଚ ସଞ୍ଚାଳନ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ର ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନୀତ କରିଥିଲେ । ଏହା ପରେ ଛାତ୍ରୀଛାତ୍ରଙ୍କ ଦ୍ଵାରା ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ ନୃତ୍ୟ ଓ ପୌରାଣିକ ନାଟକ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶେଷରେ ଶିକ୍ଷକ କାହ୍ନୁଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ,ପରିଚାଳନା କମିଟି ସଦସ୍ୟା ସଦସ୍ୟ ଓ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଉଲ୍ଲେଖନୀୟ ଥିଲା।

Leave A Reply

Your email address will not be published.