ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ କମିଟିର ଯୁବଛାତ୍ର, ମହିଳା, ସହର, ଶ୍ରମିକ, ବ୍ୟାଙ୍କ ଓ ଓକିଲ ଶାଖାର ଶାଖା ସମ୍ମିଳନୀ

add-all

ବ୍ରହ୍ମପୁର : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ କମିଟିର ଯୁବ ଛାତ୍ର, ମହିଳା, ସହର, ଶ୍ରମିକ,ବ୍ୟାଙ୍କ,ଓ ଓକିଲ ଶାଖାର ଶାଖା ସମ୍ମିଳନୀ ପାର୍କ ସାହି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥି ପ୍ରକାଶ ପାତ୍ର,ଗଞ୍ଜାମ ଜିଲ୍ଲା ସହ ସଂପାଦକ ନୀଳ କଣ୍ଠ ଦାଶ, ଜୋନାଲ ସମ୍ପlଦକ କାମଦେବ ନାହାକ ,Ch ଜନାଦନ ରେଡ୍ଡୀ ସହ ସମ୍ପlଦକ ପ୍ରଫୁଲ୍ଲ ଜେନାପ୍ରମୁଖ ଯୋଗ ଦେଇଥିଲେ। ରାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମୀଳନୀ ପୂର୍ବରୁ ପାର୍କ ସାହିରେ ସ୍ଥିତ ସିପିଆଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବାହ୍ନରେ ବରିଷ୍ଠ କମ୍ୟୁନିଷ୍ଟ ନେତା ମହମ୍ମଦ ଉସମାନ ଲାଲ ପତାକା ଉତ୍ତୋଳନ କରିଥିଲେ।
ଏହି ସମ୍ମିଳନୀରେ ପାର୍ଟି ସଭ୍ୟପଦ ନବୀକରଣ, ଶାଖା ସମ୍ମିଳନୀରେ ସମ୍ପlଦକ ନିର୍ବାଚନ , ବିଜେପି ନେତୃତ୍ଵାଧିନ ଡବଲ ଇଂଜିନ ସରକାରର ସଂପୂର୍ଣ୍ଣ ବିଫଳତା ଏବଂ ମହିଳାଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ବିରୋଧରେ ପ୍ରତିବାଦ ତଥା ବେକାର ଯୁବତୀ ଓ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ, ବାସହୀନ ଲୋକଙ୍କ ପାଇଁ ଘରଡିହ ପ୍ରଦାନ ଦାବି ସହିତ ବିଭିନ୍ନ ଜନସମସ୍ୟା ନେଇ ସିପିଆଇ ପକ୍ଷରୁ ଆସନ୍ତା ଦିନରେ ଜନ ଆନ୍ଦୋଳନ ଚଳାଇବା ପାଇଁ ନିଷ୍ପତିମାନ ଗ୍ରହଣ କରାଯାଇଛି। ଏହି ସମ୍ମଳନୀରେ ଅନ୍ୟ ମାନକ ମଧ୍ୟରେ ଗାଗରିନି ନାୟକ, ମହେନ୍ଦ୍ର ପାତ୍ର, କଳିକିଙ୍କର ପାତ୍ର, ଏ ସୁଧୀର କୁମାର ପ୍ରଭାତୀ ଦେବୀ, ସୁପ୍ରଭା ମିଶ୍ର, କୃଷ୍ଣ ଚନ୍ଦ୍ର ବେହେରା, ସୁଧାଂଶୁବାଲା ଆଚାରି,R ଗୀତରାଣୀ, ପ୍ରଭାତ ବେହେରା, ଚିତ୍ତରଞ୍ଜନ ଦୋରା ପ୍ରମୁଖ ସହଯୋଗ କରିଥଲେ l

ad-week
Leave A Reply

Your email address will not be published.