
ନୂଆପଡ଼ା: ବୁଲୁଛି ବାଘ । ଭୟଭୀତ ଗ୍ରାମବାସୀ । ନୂଆପଡ଼ା ଅଭୟାରଣ୍ୟ ସୁନାବେଡ଼ା-ଦାତୁନାମା ମୁଖ୍ୟରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା ଭିଡ଼ିଓ ଭାଇରାଲ ହେଉଛି । ବାଘକୁ ଦେଖି ଭୟଭୀତ ଗ୍ରାମବାସୀ । ଗତକାଲି ଛତିଶଗଡ଼ ରାଜ୍ୟ ଗରିଆବନ୍ଦ ଜିଲ୍ଲା ମେନପୁର ଥାନା ଆମାମୋଲା ଓଏଡ଼ ଗାଁର କିଛି ଲୋକ ସୁନାବେଡ଼ା ଅଞ୍ଚଳକୁ କୌଣସି କାମରେ ଆସିଥିଲେ ।
ସଂଧ୍ୟାରେ ଫେରୁଥିବା ବେଳେ ମୁଖ୍ୟ ରାସ୍ତାର ନାଳ ନିକଟରେ ଏକ କଲରାପତରିଆ ବାଘ ରାସ୍ତା ଉପରେ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ । ପରେ ବାଘ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ଭିଡିଓ ଭାଇରାଲ ପରେ ବାଘ ଭୟରେ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି ।