ମଝି ଦରିଆରେ ଫସିଲା ଲଞ୍ଚ, ଅଳ୍ପକେ ବର୍ତ୍ତିଲେ ୨୩ ପର୍ଯ୍ୟଟକ

newyr25

ଜଳେଶ୍ୱର :  ମଝି ଦରିଆରେ ଫସିଲା ଲଞ୍ଚ । ଇଞ୍ଜିନ ଖରାପ ହେବାରୁ ମଝି ସମୁଦ୍ରରେ ଫସିଲେ ପର୍ଯ୍ୟଟକ । ପୋଲିସର ସହାୟତା ଯୋଗୁଁ ବଡ଼ ଅଘଟଣରୁ ବର୍ତ୍ତିଗଲେ ୨୩ ପର୍ଯ୍ୟଟକ । ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥ ଧାମ ଦର୍ଶନକୁ ଯାଉଥିବା ବେଳେ ଲଞ୍ଚର ଇଞ୍ଜିନ ଖରାପ ହେବାରୁ ମଝି ସମୁଦ୍ରରେ ଫସି ରହିଥିଲେ ପର୍ଯ୍ୟଟକ । ଦୀଘା ମୋହନାଠାରୁ ପ୍ରାୟ ୩୦ ମିନିଟ୍ ଦୂରରେ ଲଞ୍ଚଟି ଅଚଳ ହୋଇପଡ଼ିଥିଲା । ତୁରନ୍ତ ଯାତ୍ରୀମାନେ ପୂର୍ବ ମେଦିନୀପୁର ଜିଲ୍ଲା ପୋଲିସର ‘ହେଲ୍ପଲାଇନ୍’ ନମ୍ବରକୁ ଫୋନ୍ କରି ସାହାଯ୍ୟ ନିବେଦନ କରିଥିଲେ । ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଦିଘା ମୋହନା ସାମୁଦ୍ରିକ ଥାନା ପୋଲିସ ତୁରନ୍ତ ରାତିରେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା ।

Leave A Reply

Your email address will not be published.