
ଭୁବନେଶ୍ୱର : କେନ୍ଦ୍ରାଞ୍ଚଳ ୭ ଜିଲ୍ଲାରେ ନୂଆବର୍ଷ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ନୂଆବର୍ଷ ପାଇଁ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ ଫୋର୍ସ। ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ମୁତୟନ ହେବେ ଫୋର୍ସ । ପୁରୀ ସମୁଦ୍ରକୂଳରୁ ଯାଜପୁରର ଐତିହ୍ୟ ସ୍ଥଳ ଯାଏଁ ସୁରକ୍ଷାକୁ ଫୋକସ । ମେରାଇନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସମୁଦ୍ରକୂଳରେ ମୁତୟନ ହେବେ ୧୭୯ ଲାଇଫ ଗାର୍ଡ । ପୁରୀ ବ୍ଲୁ ଫ୍ଲାଗ ବିଚ୍, ପାରାଦ୍ବୀପ, ଶିଆଳି ବିଚ୍ ରେ ସୁରକ୍ଷା କଡ଼ାକଡ଼ି । ପୁରୀ, ନୀଳମାଧବ ଅଞ୍ଚଳରେ ଡ୍ରୋନ ସର୍ଭେଲାନ୍ସ ରହିବ । ଚିଲିକା, ଭିତରକନିକାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା । କେନ୍ଦ୍ରାଞ୍ଚଳ DIG ସତ୍ୟଜିତ ନାୟକଙ୍କ ସମୀକ୍ଷା ପରେ ସୂଚନା।