ରାଜ୍ୟ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ପ୍ରଶାନ୍ତ ପଣ୍ଡାଙ୍କୁ ଦାୟିତ୍ଵ, ବିଭିନ୍ନ ମହଲରୁ ସ୍ବାଗତ

add-all

ବ୍ରହ୍ମପୁର : ରାଜ୍ୟ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଦଳର ରାଜ୍ୟ
ସଭାପତି ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଦଳୀୟ ସଙ୍ଗଠନକୁ ସୁଦୃଢ କରିବା ପାଇଁ ରାଜ୍ୟର ସମସ୍ତ ଛାତ୍ର, ଯୁବ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି।
ଏହି ଅବସରରେ ରାଜ୍ୟ ଯୁବ ସଭାପତି ଚିନ୍ମୟ ସାହୁଙ୍କ ଟିମ୍ ରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବରେ ଗଞ୍ଜାମ ଜିଲ୍ଲାର ଛାତ୍ର ବିଜେଡ଼ି ସଭାପତି ପ୍ରଶାନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ଵ ପ୍ରଦାନ କରିଥିବା ଯୋଗୁଁ ଏହାକୁ ନେଇ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।

ad-week
Leave A Reply

Your email address will not be published.