ଆସିକା କଳିଙ୍ଗା ରୋଡ଼ରେ ଥିବା ହୋଟେଲ ମାନଙ୍କ ରେ ଚାଲିଛି କଞ୍ଚା ହଳଦୀ ବେପାର…..!

newyr25

ବାବୁ ମାନେ ଡବଲ ବଟି ନେଇ ଉଠଉଛନ୍ତି ଲାଭ..
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆସିକା କଳିଙ୍ଗା ରୋଡ଼ ଠାରେ ଥିବା କେତେକ ହୋଟେଲରେ ଖୁଲାମ ଖୁଲା କଲେଜ ଛାତ୍ରୀ ମାନଙ୍କ ସକାଳ ୯ ରୁ ସନ୍ଧ୍ୟା ୪ ଘଣ୍ଟା ପର୍ଯ୍ୟନ୍ତ ଯା ଆସ ଲାଗିରହେ। ଆସିକା ତଥା ଆଖପାଖ ଅଞ୍ଚଳର କଲେଜ ପଢୁଆ ଛାତ୍ରୀ ମାନେ ମୁହଁରେ ଓଡ଼ଣି ଢାଙ୍କି ହୋଟେଲ ଗୁଡିକରେ ଅନାୟାସ ରେ ଯା ଆସ କରୁଥିବା ଦେଖିବାକୁ ମିଳେ। ହୋଟେଲ ମାଲିକ ମାନେ ବିନା ପରିଚୟ ପତ୍ର ରେ ଏକ ଘଣ୍ଟା ପାଇଁ ଏକ ହଜାର ଟଙ୍କା ରୁମ ଭଡ଼ା ଆଦାୟ କରୁଥିବା ନେଇ ଆଲୋଚନା ହେଉଛି। ପୋଲିସ ପକ୍ଷରୁ କିଛି ଦିନ ତଳେ ଆସିକାର ଲୋର୍ଡଜ ଓ ହୋଟେଲ ଉପରେ ରାତ୍ର ସମୟରେ ଚଢ଼ାଉ କରାଯାଇ ମାଲିକ ମାନଙ୍କୁ ତାଗିତ କରି ଯାଇଥିଲେ। ଦିନରେ କଞ୍ଚା ହଳଦୀ ମାନଙ୍କ ଆସର ଜମୁ ଥିବା ବେଳେ ପୋଲିସ ପକ୍ଷରୁ ରାତ୍ରରେ ଚଢ଼ାଉ କରିବା ସହରରେ ଉପହାସ କରାଯାଇଥିଲା। ସାଧାରଣ ଲୋକଙ୍କୁ ରୁମ ବୁକ କରିବା ବେଳେ ସବୁ ପ୍ରକାର ନିୟମ କାର୍ଯ୍ୟ କରିବା ସହ ପରିଚୟ ପତ୍ରର ଜେରକ୍ସ ମଗାଯାଏ। ଯୁବକ ଯୁବତୀ ମାନଙ୍କୁ କୌଣସି ପରିଚୟ ପତ୍ର ମଗାଯାଏ ନାହିଁ ବୋଲି ଚର୍ଚ୍ଚା ହୋଇ ଆସୁଛି। ଆସିକା ରେ ଖୁଲାମ ଖୁଲା କଞ୍ଚା ହଳଦୀ ବେପାର ଚାଲିଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ପୋଲିସ ବାବୁଙ୍କ ସହାୟତା ରେ ଅନେକ ହୋଟେଲ ଏବଂ ଭଡା ଘରେ ଖୁଲାମ ଖୋଲା ସେକ୍ସ ରାକେଟ ଚାଲୁଥିବା କୁ ନେଇ ବୁଦ୍ଧିଜୀବୀ ମହଲ ରେ ଅସନ୍ତୋଷ ଦେଖା ଯାଉଛି l କିଛି ଦଲାଲ ଭୁବନେଶ୍ୱର ଏବଂ ରାଜ୍ୟ ବାହାରୁ ଝିଅ ଆଣି ବ୍ୟବସାୟ ଚଳାଉଛନ୍ତି ଯାହାର କୁ ପ୍ରଭାବ ସ୍ଥାନୀୟ ଝିଅ ମାନଙ୍କ ଉପରେ ପଡୁଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ଟଙ୍କାର ଲାଳସା ଦେଖାଇ କମ ବୟସର ଝିଅ ମାନଙ୍କୁ ଆକୃଷ୍ଟ କରି ଏପରି ହୀନ କାର୍ଯ୍ୟ ରେ ନିୟୋଜିତ କରାଯାଉଛି l କିଛି ତଳ ଶ୍ରେଣୀର ପୋଲିସ କର୍ମଚାରୀ ଙ୍କୁ ଦଲାଲ ମାନେ ହାତ ବାରିସୀ କରି ଏପରି ଅନୈତିକ କାର୍ଯ୍ୟ ଚଳାଉଥିବା ଅଭିଯୋଗ ଆସୁଛି l ତେଣୁ ପୋଲିସ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.