ଆରାବଳୀ ମାମଲା: ନିଜ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

newyr25

ନୂଆଦିଲ୍ଲୀ : ନିଜ ରାୟ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ବହୁ ଚର୍ଚ୍ଚିତ ଆରାବଳୀ ଖଣି ଖନନ ମାମଲାରେ କୋର୍ଟ ପୂର୍ବରୁ ଦେଇଥିବା ରାୟରେ ସ୍ଥଗିତାଦେଶ ଜାରି କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ସୋମବାର ବହୁ ଚର୍ଚ୍ଚିତ ଆରାବଳୀ ମାମଲାର ଶୁଣାଣି ହୋଇଥିଲା । ଶୁଣାଣିରେ କୋର୍ଟ ଗତ ମାସରେ ଦେଇଥିବା ରାୟ ଉପରେ ରୋକ୍ ଲଗାଇଛନ୍ତି । ଅନେକ ପରିବେଶବିତ ରାୟକୁ ବିରୋଧ କରିଥିଲେ । ଆରାବଳୀ ଜୈବ ବିବିଦ୍ଧତା ପାଇଁ ଜରୁରୀ ।

ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ, ପୂର୍ବରୁ ଆରାବଳୀ ମାମଲାକୁ ନେଇ ଗଠିତ ଏକ କମିଟି ରିପୋର୍ଟ ପ୍ରଦାନ କରିଥିଲେ । ଯାହାର ଆଧାରରେ ରାୟ ପ୍ରଦାନ କରାଯାଇଥିଲା । ଏହି ରାୟକୁ ଏବେ ସ୍ଥଗିତ ରଖାଯାଉଛି । ଏହାସହ ନୂଆ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୨୧ ତାରିଖରେ ହେବ ବୋଲି ନ୍ୟାୟାଳୟ କହିଛନ୍ତି । ଏହାସହ କୋର୍ଟ କେନ୍ଦ୍ର ସରକାରଙ୍କ ସମେତ ୪ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି । ନୂଆ ବିଶେଷଜ୍ଞ କମିଟି ଗଠନ କରିବାକୁ କୋର୍ଟ କହିଛନ୍ତି ।

Leave A Reply

Your email address will not be published.