ଜାନୁଆରୀ ୫ ଯାଏଁ ବୃନ୍ଦାବନ ବାଙ୍କେ ବିହାରୀ ମନ୍ଦିରରେ ଦର୍ଶନ ମନା !

newyr25

ମଥୁରା : ନୂଆବର୍ଷ ପାଇଁ ଶ୍ରୀବାଙ୍କେ ବିହାରୀ ମନ୍ଦିର ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରାଯାଇଛି କି, ପାଶ୍ଚାତ୍ୟ ନବବର୍ଷ ଅବସରରେ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦର୍ଶାନାର୍ଥୀଙ୍କ ଭିଡ଼କୁ ଦେଖି ଜାନୁଆରୀ ୫ ଯାଏଁ ବୃନ୍ଦାବନ ଆସିବାକୁ ବାରଣ କରାଯାଇଛି ।

ମନ୍ଦିର ଠାକୁର ଶ୍ରୀ ବାଙ୍କେ ବିହାରୀ ଜୀ ମହାରାଜ ବୃନ୍ଦାବନର ପ୍ରବନ୍ଧକ ଅବଗତ କରାଇଛନ୍ତି କି, ମନ୍ଦିରରେ ନବବର୍ଷ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ରହିବ । ତେଣୁ ଆରାଧ୍ୟ ଠାକୁର ଶ୍ରୀ ବାଙ୍କେ ବିହାରୀ ଜୀ ମହାରାଜଙ୍କ ଦର୍ଶନ ପାଇଁ ଭିଡ଼ ଜମିବ । ଏମିତିରେ ଅତି ଆବଶ୍ୟକ ଥିଲେ ହିଁ ବୃନ୍ଦାବନ ଯାତ୍ରା କରନ୍ତୁ ।

ମନ୍ଦିର ପ୍ରଶାସନ ତରଫରୁ ଜାରି ଆଡଭାଇଜରୀରେ କୁହାଯାଇଛି କି, ସମସ୍ତ ବାହାରରୁ ଆସୁଥିବା ଦର୍ଶାନାର୍ଥୀଙ୍କୁ ଅନୁରୋଧ କି, ବୃନ୍ଦାବନ ଆସିବା ପୂର୍ବରୁ ଭିଡ଼କୁ ଦେଖି ଆସନ୍ତୁ । ସମ୍ଭବତଃ ଯାତ୍ରା ଠାରୁ ଦୂରେଇ ରୁହନ୍ତୁ । ଅତି ଆବଶ୍ୟକ ଥିଲେ ଯାତ୍ରା କରନ୍ତୁ ନଚେତ କରନ୍ତୁ ନାହିଁ ।

ମନ୍ଦିର ପ୍ରଶାସନ ଆଡଭାଇଜରୀ ଜାରି :

– ଶ୍ରଦ୍ଧାଳୁ ନିଜ ସହିତ କୌଣସି ପ୍ରକାରର ବ୍ୟାଗ୍ କିମ୍ବା ମୂଲବାନ ଜିନିଷ ନ ଆଣନ୍ତୁ ।
– ଶ୍ରଦ୍ଧାଳୁ ମନ୍ଦିରରେ ଅନାବଶ୍ୟକ ସମସ୍ୟାରୁ ବଞ୍ଚିବା ପାଇଁ ନିର୍ଦ୍ଧାରିତ ପ୍ରବେଶ ଏବଂ ପ୍ରସ୍ଥାନ ମାର୍ଗ ବ୍ୟବହାର କରନ୍ତୁ । ଘୋଷଣାକୁ ଧ୍ୟାନର ସହିତ ଶୁଣନ୍ତୁ ।
– ମନ୍ଦିରକୁ ଯିବା ଆସିବା ରାସ୍ତା ବା ଗେଟରେ ଅଲଗା ଅଲଗା ରୁହନ୍ତୁ, ଅନାବଶ୍ୟକ ସମସ୍ୟାରୁ ବଞ୍ଚିବା ପାଇଁ ଶ୍ରଦ୍ଧାଳୁ ଜୋତା, ଚପଲ ପିନ୍ଧି ମନ୍ଦିର ଆଡକୁ ଆସନ୍ତୁ ନାହିଁ ।
– ଶ୍ରଦ୍ଧାଳୁ ପକେଟମାର, ଚେନ୍ ଚୋର ଏବଂ ମୋବାଇଲ ଚୋରଙ୍କ ଠାରୁ ସାବଧାନ ରୁହନ୍ତୁ ।
– ନବବର୍ଷ କାରଣରୁ ଦର୍ଶାନାର୍ଥୀଙ୍କ ଭିଡ ଯୋଗୁଁ ଟ୍ରାଫିକ ଜାମ ଏବଂ ଗଳିରେ ଅତ୍ୟଧିକ ଭିଡ଼ ଦେଖିବାକୁ ମିଳିପାରେ ।
– ଶ୍ରଦ୍ଧାଳୁ ନିଜ ପରିଜନଙ୍କ ଠିକଣା ଏବଂ ମୋବାଇଲ ନମ୍ବର ନିଜ ପକେଟରେ ରଖନ୍ତୁ । ଯଦି କେଉଁଠି କିଏ ହଜିଯାଆନ୍ତି, ତେବେ ଖୋଜିପାଇବାରେ ସହଜ ହେବ ।
– ଅସାମାଜିକ ଲୋକଙ୍କ ଠାରୁ ସତର୍କ ରୁହନ୍ତୁ । ନିଜ ଜିନିଷ ନିଜ ସୁରକ୍ଷାରେ ରଖନ୍ତୁ ।

Leave A Reply

Your email address will not be published.