ବାପା ଆଇଫୋନ୍ ନ ଦେବାରୁ ଜୀବନ ହାରିଲା ଝିଅ

newyr25

ଉତ୍ତରପ୍ରଦେଶ : ଆଇଫୋନ୍ ପାଇଁ ଜୀବନ ହାରିଲା ୧୮ ବର୍ଷୀୟ ଝିଅ । ଯାହା ଫଳରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଥିସହ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ମଧ୍ୟ ଖେଳିଯାଇଛି । ଏପରି ଘଟଣା ଉତ୍ତରପ୍ରଦେଶର ଡାକୋର ପୋଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନାନୁଯାୟୀ, ଗୋଟିଏ ୧୮ ବର୍ଷୀୟ ଝିଅ ଯିଏ କି ଆଇଫୋନ୍ କିଣିବାକୁ ଜିଦ୍ ଧରିଥିଲା । ଏବେ ଟଙ୍କା ନାହିଁ ବୋଲି ଝିଅର ବାପା କହିଥିଲେ । ଫସଲ ବିକ୍ରି ହେବା ପରେ ଫୋନ୍ କଣି ଦେବେ ବୋଲି କହିଥିଲେ । କିନ୍ତୁ ଝିଅଟି ରାଗି ଯାଇ ବିଷାକ୍ତ ଜିନିଷ ଖାଇଦେଇଥିଲା । ଫଳରେ ତା’ର ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ମୃତ ଝିଅଟିର ପରିଚୟ ମାୟା ବୋଲି ସ୍ପଷ୍ଟ ହୋଇଛି  । ଯିଏ କି ୧୧ଦଶ ଶ୍ରେଣୀରେ ପଢୁଥିଲେ ।

ତାଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, କିଛି ଦିନ ପୂର୍ବରୁ ମାୟାଙ୍କ ଫୋନ୍ ଭାଙ୍ଗିଯାଇଥିଲା । ସେ ନୂଆ ଫୋନ୍ ପାଇଁ ଜିଦ୍ ଧରିଥିଲେ । ମାୟା ତାଙ୍କ ବାପାଙ୍କୁ ସେକେଣ୍ଡାଣ୍ଡ ଆଇଫୋନ୍ ଦାବି କରିଥିଲେ । ଯାହାର ଦାମ୍ ୪୦ ହଜାର ଟଙ୍କା ଥିଲା । କିନ୍ତୁ ଝିଅଟିର ବାପା ମାୟାଙ୍କ ଇଚ୍ଛାକୁ ପୂରଣ କରିପାରିନଥିଲେ । ମଟର ବିକ୍ରି ହେବାକୁ ୧୫ ଦିନ ସମୟ ଲାଗିବ । ବିକ୍ରି ହେବା ପରେ ମାୟାଙ୍କୁ ଫୋନ୍ କିଣିଦେବେ ବୋଲି ଝିଅଟିର ବାପା କହିଥିଲେ । କିନ୍ତୁ ଅନେକ ବୁଝାଇବା ସତ୍ତ୍ବେ ମଧ୍ୟ ଝିଅଟି ବାପାଙ୍କୁ ଧମକ ଦେଇ କହିଲା ଯେ, ଯଦି ତାଙ୍କୁ ଦୁଇ ଦିନ ମଧ୍ୟରେ ନ ମିଳେ ତେବେ ପରିଣାମ ଖରାପ ହେବ ବୋଲି ଧମକ ଦେଇଥିଲେ । ଏଥିସହ ସୁନା କାନର ପାଇଁ ମଧ୍ୟ ଜିଦ୍ ଧରିଥିଲେ । କିନ୍ତୁ ଝିଅର ଏଭଳି କାର୍ଯ୍ୟକଳାପ ଦେଖି ମାୟାର ବାପା ସେ ସବୁ କିଛି ବୁଢି ପାରି ନଥିଲେ ।

ଝିଅଟିର ଜିଦ୍ ପୂରଣ ନ ହେବାରୁ ବିଷାକ୍ତ ପଦାର୍ଥ ଖାଇଦେଇଥିଲେ । ପରେ ସେ ତାଙ୍କ ଭାଇ ମାନଭେନ୍ଦ୍ରଙ୍କୁ ସବୁ କଥା ଜଣାଇଥିଲେ । ଘଟଣା ସମ୍ପର୍କରେ ଜାଣିବା ମାତ୍ରେ ପରିବାର ଲୋକେ ଝିଅକୁ ତୁରନ୍ତ ଓରାଇ ମେଡିକାଲ କଲେଜକୁ ନେଇଯାଇଥିଲେ । ତାଙ୍କର ସେଠାରେ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଡାକ୍ତରମାନେ ଛାନ୍ସିକୁ ରେଫର କରିଥିଲେ । ଚିକିତ୍ସିତ ଅବସ୍ଥାରେ ମାୟାଙ୍କର  ମୃତ୍ୟୁ ହୋଇଥିଲା ।

ଯଦି ଝିଅଟିର ବାପାଙ୍କ କଥା କୁହାଯାଏ ତବେ ମାୟାଙ୍କ ବାପା ଗରିବ ଚାଷୀ ସହ ଅଟୋ ରିକ୍ସା ଚଲାଇ ପରିବାରର ପ୍ରତି ପୋଷଣ କରୁଥିଲେ । ଝିଅର ଇଚ୍ଛା ପୂରଣ କରି ନଥିବାରୁ ସେ ଦୁଃଖ ପ୍ରକାଶ କରିଥିଲେ । ଅନ୍ୟପଟେ ଡାକୋର ଥାନା ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.