ଟାଟା ପାୱାର ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

newyr25

କଟକ : ଟାଟା ପାୱାର ବିରୋଧରେ ହାଇକୋର୍ଟରେ ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା  ।  ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଏହି ଜନସ୍ୱାର୍ଥ ମମାଲା ।  ଏହାର ତୁରନ୍ତ ପ୍ରତ୍ୟାହାର କରିବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି ।  ଆବଦେନରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଆଇନ ଏବଂ ଓଡିଶା ବିଦ୍ୟୁତ ନିର୍ଦେଶାବଳୀ ର ଉଲ୍ଲଙ୍ଘନ ଅଭିଯୋଗ କରି ଭଏସ ଅଫ କଟକ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଛି ।

ଏହି ମମାଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଶକ୍ତି ସଚିବ, ଟାଟା ପାୱାର ଏବଂ OERC କୁ ପକ୍ଷଭୁକ୍ତ କରାଯାଇଛି ।  ପୂର୍ବରୁ ସୁରକ୍ଷା ଜମା ଥାଇ ମଧ୍ୟ ପୁଣି ଥରେ ହଜାର ହଜାର ଟଙ୍କା ମାଗିବା ଓ ବିଦ୍ୟୁତ କାଟିବାକୁ ଧମକ ଦେବା ବେଆଇନ ବୋଲି ଆବେଦନକାରୀ ମାମଲାରେ ଦର୍ଶାଇଛନ୍ତି  ।  ଟାଟା ପାୱାର ୭,୨୧୫ କୋଟିର ଅତିରିକ୍ତ ଶୁଳ୍କ ଆଦାୟ କରି ବ୍ୟାଙ୍କରେ ରଖିଥିବା ମାମଲାରେ ଦର୍ଶାଯାଇଛି ।

ବିନା ଗ୍ରାହକ ସମ୍ମତି ଓ ସଚେତନତାରେ ସ୍ମାର୍ଟ ମିଟର ସ୍ଥାପନକୁ ପିଟିସନରେ ଉଲେଖ କରାଯାଇଛି ।ଏହି ପ୍ରକ୍ରିୟା ବିଦ୍ୟୁତ ଆଇନ ୨୦୦୩ ଏବଂ ସମ୍ବିଧାନର ଧାରା ୧୪ ଓ ୨୧ ର ଖୋଲାଖୋଲି ଉଲ୍ଲଂଘନ ବୋଲି ମାମଲାରେ ଦର୍ଶାଯାଇଛି ।  ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ନକରିବାକୁ ଏବଂ ଅତିରିକ୍ତ ଜମା ନୋଟିସକୁ ରଦ୍ଦ କରିବାକୁ ମମାଲାରେ ଦର୍ଶାଇଛନ୍ତି ଆବଦେନକାରୀ ।  ଆବଦେନକାରରୀଙ୍କ ପକ୍ଷରୁ ଆଇନଜୀବୀ ପଦ୍ମଳୟା ମହାପାତ୍ର ଏହି ମମାଲା ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.