ଗ୍ୟାସ ଟ୍ୟାଙ୍କ ବିସ୍ଫୋରଣରେ ମୃତ୍ୟୁ, ପରିବାରଙ୍କୁ ଭେଟିଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା…

newyr25

ପୀଡିତ ପରିବାରଙ୍କୁ ନିଜର ଏକ ମାସର ଦରମା ଦେଲେ ଆର୍ଥିକ ସହାୟତା

ବ୍ରହ୍ମପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧିନ ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁ ଗ୍ରାମରେ ୨୨ ତାରିଖ ରାତିରେ ଘଟିଥିଲା ଭୟାବହ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ । ଏହି ଦୁର୍ଘଟଣା ରେ ପ୍ରଫୁଲ୍ଲ ରାଉଳ ଗୁରୁତର ଆହତ ହୋଇଥିଲେ।ତାଙ୍କୁ ତୁରନ୍ତ କଟକର ଏକ ଘରେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସିତ ଅଵସ୍ଥାରେ ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।ମଙ୍ଗଳବାର ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଜେନା ମୃତ ଙ୍କ ପରିବାର କୁ ଭେଟି ନିଜ ସମବେଦନା ଜଣାଇବା ସହିତ ନିଜର ଏକମାସ ର ଦରମା  ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ସ ପ୍ରକାରେ ବୋରିଗାଁର ପ୍ରଫୁଲ୍ଲ ରାଉଳ ଘରେ ରୋଷେଇ କରିବା ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା।ଫଳରେ ନିକଟରେ ଥିବା ଚାରୋଟି ଘର କ୍ଷତିଗ୍ରସ୍ତ ହୋଇଛି ।   ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସମ୍ପୂର୍ଣ୍ଣ ସାହି ଅଞ୍ଚଳ କମ୍ପିଉଠିଥିଲା। ପ୍ରଫୁଲ୍ଲ ରାଉଳ ଗୁରୁତର ଆହତ ହୋଇ କଟକ ମେଡିକାଲ ରେ ଚିକିତ୍ସାଧୀନ ଥିଲେ ପରେ ତାଙ୍କ ମୃତ୍ୟୁ ହୋଇଥିଲା। l ଆଜି ମନ୍ତ୍ରୀ ତାଙ୍କ ପରିବାରଙ୍କୁ ଭେଟିଥିଲେଏବଂ ବିସ୍ପୋରଣରେ କ୍ଷତିଗ୍ରସ୍ତ ହୋଇଥିବା ପଡୋଶୀ ଦୁଇ ପରିବାର ଲିପୁ ସାହୁ ଓ ପ୍ରତାପ ରାଉଲଙ୍କ ପରିବାକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ମୃତ ପ୍ରଫୁଲ୍ଲ ରାଉଳଙ୍କ ପରିବାକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶୃତି ଦେଇଛନ୍ତି। ମନ୍ତ୍ରୀଗ୍ରସ୍ତ ବେଳେ ତହସିଲଦାର ରାଜ କିଶୋର ପଟ୍ଟନାୟକ, ବିଡ଼ିଓ ପଲ୍ଲବୀ ସ୍ୱାଇଁ,ବୋରିଗାଁ ସରପଞ୍ଚ ସସ୍ମିତା ସାହୁ,ସନ୍ତୋଷ ସାହୁ ସରପଞ୍ଚ ଏଲ ମୋହନ ଦାସ, ବୋରିଗାଁ ଆରଆଇ ଉପସ୍ଥିତ ଥିଲେ।

Leave A Reply

Your email address will not be published.