ମୁମ୍ୱାଇରେ ବସ୍ ଦୁର୍ଘଟଣାରେ ୪ ମୃତ, ୯ ଆହତ

newyr25

ମୁମ୍ୱାଇ : ମୁମ୍ୱାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଭାଣ୍ଡୁପ ୱେଷ୍ଟ ରେଲୱେ ଷ୍ଟେସନ୍ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ BEST ବସ୍ ଦୁର୍ଘଟଣାରେ ୩ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଏହି ଦୁର୍ଘଟଣାରେ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତି ।

ସୂଚନାନୁଯାୟୀ, ରାତି ପ୍ରାୟ ୯ଟା ୩୦ ମିନିଟରେ ଘଟିଛି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । BEST ବସଟି ଭାରସାମ୍ୟ ହରାଇ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଯାଇଥିଲା ଏବଂ ବିଦ୍ୟୁତ ଖୁଣ୍ଟ ସହିତ ଧକ୍କା ହୋଇଥିଲା  ।  ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚିଥିଲା  ।

ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ଏହା ବ୍ୟତୀତ ଆହତଙ୍କ ଚିକିତ୍ସା ପାଇଁ ମଧ୍ୟ  ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି ।

Leave A Reply

Your email address will not be published.