ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ

newyr25

ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ ।  ଏମିତି ଅଭିଯୋଗ ଆସିଛି ସୁନ୍ଦରଗଡ଼ରୁ  ।  ସୁନ୍ଦରଗଡ଼ ହେମଗିରି ଥାନା ଖୁଣ୍ଟିପାନି ଗାଁରେ ଅଭାବନୀୟ ଘଟଣା ।  ସାମାନ୍ୟ କଥା କଟାକଟିକୁ ନେଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ୱାମୀ ।  ଘଟଣାସ୍ଥଳରେ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।  ଗତକାଲି ପୁଷ୍ପା ଧନୁଆ ପରିବାର ସହିତ ହେମଗିରି ସାପ୍ତାହିକ ହାଟକୁ ଯାଇଥିଲେ ।  ଫେରିବା ବାଟରେ ଉଭୟ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ।

ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ବାମୀ ମକୁଲ ଧନୁଆ ଧରିଥିବା ଠେଙ୍ଗାରେ ପୁଷ୍ପାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ।  ପୁଷ୍ପା ଅଚେତ ହୋଇପଡ଼ିବାରୁ ଘରେ ନେଇ ଶୁଆଇ ଦେଇଥିଲେ ।  ଘଟଣା ସମ୍ପର୍କରେ ଜାଣିବା ପରେ ମୃତ ପୁଷ୍ପାଙ୍କ ବାପା ଥାନାରେ ଏତଲା ଦେଇଥିଲେ ।  ଘଟଣାସ୍ଥଳପେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି  ।

Leave A Reply

Your email address will not be published.